ବାଲିଗୁଡା ସହରରେ ବଢୁଛି ଟ୍ରାଫିକ ସମସ୍ୟା, ସୁଧାରିବା ପାଇଁ କାହାର ଆନ୍ତରିକତା ନାହିଁ 

Aug 16, 2025 - 16:34
 0  26
ବାଲିଗୁଡା ସହରରେ ବଢୁଛି ଟ୍ରାଫିକ ସମସ୍ୟା, ସୁଧାରିବା ପାଇଁ କାହାର ଆନ୍ତରିକତା ନାହିଁ 

ବାଲିଗୁଡ଼ା:ଲୋକ୍ ଆବାଜ୍‌.ଇନ୍‌(ପ୍ରମୋଦ କୁମାର ଦଣ୍ଡସେନା)

କନ୍ଧମାଳ ଜିଲ୍ଲାର ବୃହତ୍ତମ ଉପଖଣ୍ଡ ବାଲିଗୁଡା ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବଢୁଥିବା ବେଳେ ଏହାକୁ ସୁଧାରିବା ପାଇଁ କାହାରି ଆନ୍ତରିକତା ନ ଥିବା ଭଳି ମନେ ହେଉଛି। ଯାହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ବାଲିଗୁଡା ସହର ଦେଇ ପ୍ରତି ଦିନ ଶହ ଶହ ଆନ୍ତଃ ରାଜ୍ୟ ଓ ଜିଲ୍ଲା ଓ ଦିନ ତମାମ ଗାଡ଼ି ଚଳପ୍ରଚଳ ହେଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ବାଲିଗୁଡା ସହର ମଧ୍ଯ ଭାଗକୁ ଛାଡ଼ିଦେଲେ ସ୍ଥାୟୀ ସରକାରୀ ସ୍ତରରେ  ବାଇପାସ ରାସ୍ତା ର ସୁବିଧା ନଥିବା ଯୋଗୁଁ ସମସ୍ତ ଭାରୀ ଯାନ ଗୁଡିକ ବଜାର ମଧ୍ଯ ଦେଇ ୫୯ ନଂ  ଜାତୀୟ ରାଜପଥ ରେ ଯାତାୟତ କରୁଥିବା ଯୋଗୁଁ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ  ହେବାରେ ଲାଗିଛି । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପାଟ୍ଟଖଣ୍ଡା ମନ୍ଦିର,ନେହୁରୁ ଛକ, ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଅଧିକ ଟ୍ରାଫିକ ସମସ୍ୟା ରହିଛି l ବାଲିଗୁଡା ସହରରେ ଟ୍ରାଫିକ ସମସ୍ୟା ପ୍ରତି ପ୍ରଶାସନ   ତରଫରୁ କୌଣସି ପ୍ରକାରେ ଦୃଷ୍ଟି ଦିଆଯାଉନଥିବା ଯୋଗୁଁ ବାଲିଗୁଡା ସହରର  ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଦିନ ସମୟ ରେ ଓ ସନ୍ଧ୍ୟା ସମୟରେ ଅଧିକ ଟ୍ରାଫିକ ସମସ୍ୟା ଦେଖାଦେଉଛି।ବିଭିନ୍ନ ଛୋଟ ବଡ଼ ଗାଡି ରାସ୍ତା ଉପରେ ରଖି ବ୍ୟବସାୟ କରୁଥିବା ବେଳେ କିଏ ଗାଡି ରଖି ଦୋକାନ କୁ ଚାଲି ଯାଉଛନ୍ତି। ସନ୍ଧ୍ୟା କିମ୍ବା ଦିନ ସମୟ ରେ ପୁଲିସ ର ପେଟ୍ରୋଲିଂ ହେଉନଥିବାରୁ ସମସ୍ୟା ବୃଦ୍ଧି ପାଉଛି।। ଲୋକେ ମନଇଛା ଏଣେତେଣେ ନିଜନିଜର  ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ରଖୁଛନ୍ତି ଯାହା ଫଳରେ ବିଶେଷ କରି ସ୍କୁଲ ଓ ଅଫିସ ସମୟରେ ଯାତାୟତ କରୁଥିବା ସ୍କୁଲ ଗାଡ଼ି ଓ ଦୁଇ ଚକିଆ  ଯାନ ରେ ଯାତାୟତ କରୁଥିବା  ସରକାରୀ ତଥା ବେସରକାରୀ କର୍ମଚାରୀ ମାନେ ନିଜର ଗନ୍ତ୍ରବ୍ୟ ସ୍ଥଳରେ ସମୟସୀମା ମଧ୍ୟରେ ପହଞ୍ଚି ନପାରି ଅପଦସ୍ତ ହେଉ ଥିବାର ବହୁ ନଜିର ରହିଛି । ବାଲିଗୁଡ଼ା ସହର ମଧ୍ୟ ଭାଗରେ ମାଆ ପାଟ୍ଟଖଣ୍ଡା ଙ୍କ ମନ୍ଦିର ରହିଛି l ମନ୍ଦିର ନିକଟ ଜାତୀୟ ରାଜପଥ ର ଦୁଇ ପାର୍ଶ୍ଵ ରେ ବ୍ୟବସାୟ ପ୍ରତିଷ୍ଠାନ ରହିଛି, ପାର୍କିଂ ବ୍ୟବସ୍ଥା ଓ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l  ଟ୍ରାଫିକ ସମସ୍ୟା ଜଟିଳ ଯୋଗୁଁ ବହୁ ସମୟ ରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ବହୁମୂଲ୍ୟ ଜୀବନ ଯାଉଥିବା ନଜିର ରହିଛି l ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ଦାବୀ ହେଉଛି l

What's Your Reaction?

like

dislike

love

funny

angry

sad

wow