*ଆର୍ ବି ଆଇ ତରଫ ରୁ କୁଟ୍ରାଗଡ ରେ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା*

Dec 20, 2024 - 21:36
 0  41
*ଆର୍ ବି ଆଇ ତରଫ ରୁ କୁଟ୍ରାଗଡ ରେ ଆର୍ଥିକ ସାକ୍ଷରତା ଓ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା*

  ମୁନିଗୁଡା: ଲୋକ ଆବାଜ୍.ଇନ୍(ବ୍ୟୁରୋ ରିପୋର୍ଟ)

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱର ର ମିଳିତ ସହଯୋଗ ରେ ରାୟଗଡ଼ା ଜିଲ୍ଲା ର ମୁନିଗୁଡା ବ୍ଲକ ର କୁଟ୍ରାଗଡ

ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଏକ ଆର୍ଥିକ ସାକ୍ଷରତା ଏବଂ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ମୌସୁମୀ ପୁଝାରୀ କୁତ୍ରଗଡ, ମୁନିଗୁଡା ଥାନା ର ପୋଲିସ ସବ ଇନ୍ସପେକ୍ଟର ଶ୍ରୀଯୁକ୍ତ ସୁଶିଲ କୁମାର ଜେନା, ଆଇ ସି ଆଇ ସି ଆଇ ଶାଖା ପରିଚାଳକ, ମୁନିଗୁଡା ଶ୍ରୀଯୁକ୍ତ ସମୀର ଅଗ୍ରୱାଲ, କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ସତ୍ୟ ପରିଡ଼ା, ସମ୍ପର୍ନ୍ନ। ବି ସି ଶାଖା ପରିଚାଳକ ଶ୍ରୀଯୁକ୍ତ କେଶବ ପଶାୟତ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍ ଘାଟନ କରିଥିଲେ।

ଏହି କର୍ମଶାଳା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟ ର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ 

ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତା ର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣ କାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବର ରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ନ ଦେବାପାଇଁ ସୂଚନା ଦିଆଯାଇଥିଲା ।ପରିବାର ର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ କୁ ଆକଳନ କରି ପରିବାର କୁ ଠିକ୍ ଭାବେ ପରିଚାଳନା କରିପାରିବେ ।କାର୍ଯ୍ୟକ୍ରମରେ ତାଲିମ ଦାତା ମହାଶକ୍ତି ଫାଉଣ୍ଡେସନ ର ତାଲିମ ଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ସୁଶିଲ କୁମାର ଜେନା ଓ କେଶବ ପଶାୟତ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ ।ଶ୍ରୀଯୁକ୍ତ ସତ୍ୟ ପରିଡ଼ା, ଉତ୍ତମ କୁମାର, ଶ୍ରୀମତୀ ମୌସୁମୀ ପୁଝାରୀ ଓ ସମ୍ପନ୍ନ। ବି.ସି ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି କର୍ମଶାଳା ରେ ମିଶନ ଶକ୍ତି ଗୋଷ୍ଠୀ ସହାୟିକା, ସ୍ଵୟଂ ସହାୟକ ଗୋଷ୍ଠୀ,ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୬୭ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ସମ୍ପର୍କ ଫି ନ୍ ସର୍ଭିସେସ ଓ ମହାଶକ୍ତି ଫାଉଣ୍ଡେସନ ତରଫ ରୁ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମ ଶେଷ କରି ଥିଲେ।

What's Your Reaction?

like

dislike

love

funny

angry

sad

wow