(କବିତା)କୋହ ରଶ୍ମି ରଞ୍ଜିତା ସିଂହ
ଆଜି ହେଉଛି ବିଶ୍ଵ କବିତା ଦିବସ,,, ସେହି କ୍ରମ ରେ ଆପଣମାନଙ୍କୁ ଭେଟି ଦଉଛୁ କବିତାଟିଏ,,, ଶବ୍ଦ କାରିଗରମାନଙ୍କୁ ବିଶ୍ଵ କବିତା ଦିବସ ର ଶୁଭେଚ୍ଛା
(କବିତା)କୋହ
ରଶ୍ମି ରଞ୍ଜିତା ସିଂହ
ଅଣାୟତ୍ତରେ ଅଗ୍ରସର
ସେଇ ମାଁ କୋଳର ଅସହ୍ୟ ବେଦନା
ବୁକୁଥରା ଯନ୍ତ୍ରଣା,ଅଥୟ ନୀତି
ଅତ୍ୟାଚାର ଲଙ୍ଘଇ ସୀମା ବାରମ୍ବାର ।
ଆଉ କେତେ ଦିନ ବୋହିବି ବକ୍ଷରେ
ଲମ୍ପଟ,ଦାନବ,ପାଶବିକ ପାପ ଭାର
ସୀମାହୀନ ସବୁ ଗର୍ବ,ଗୌରବ
ତୁଚ୍ଛାପୋଡ଼ା ଅଙ୍ଗାର
ଦେଖୁଛ ତ ନୀତିଦିନ
ଲୋମ ହର୍ଷଣ ଦୃଶ୍ୟ
ଖବରକାଗଜ ପୃଷ୍ଠାରେ
ଛାତିଚିରା ହତ୍ୟା,ବାରମ୍ବାର ଗଣଧର୍ଷଣ
ଆରପଟେ ମହାସମାରୋହ
ଶୋଭାଯାତ୍ରା ପ୍ଲାକାର୍ଡ଼ ସହ
ଓଃ କେତେ ପ୍ରହସନ,କେତେ ଚର୍ଚ୍ଚା
ମହିଳା ସଶକ୍ତିକରଣ,ମାଁକୁ ସମ୍ମାନ
ପୁରୁଷ-ମହିଳା ଉଭୟ ସମାନ ।ା
ଛି ଛି କାପୁରୁଷ କେବେ ତ ନିଜକୁ ଧିକ୍କାର !
ଯେବେ ଧୂ ଧୂ ଖରାବେଳଟାରେ
ତିନିବର୍ଷର ଶିଶୁକୁ କର ବଳତ୍କାର ।ା
ବେଶ୍ ଭଲଥିଲା ତେବେ କନ୍ୟାଭୃଣ ହତ୍ୟା
ତ୍ରାହି ତ ମିଳି ଇ ଥାନ୍ତା
ଲୀନ ହେଇଯାଇଥାନ୍ତା
ସବୁଯନ୍ତ୍ରଣା ମୁଣ୍ଡେଇବା ଆଗରୁ ମା ଗର୍ଭ ରୁ,,,
କି ଲାଭ ରୋକି ଏ ନିୟମ??
ଖାଲି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ସାର
ଅଲାଜୁକ କାପୁରୁଷ !
ଭାରୀ ଖଟି କରୁଥିଲ ତ
ପାନ ଦୋକାନୀର ଫଟା ବେଂଚରେ ବସି
ଆଙ୍ଗୁଳି ଆଉ ଆଖି ଉଠଉଥିଲ
ସ୍କୁଲ,କଲେଜ ଫେରନ୍ତା ଝିଅଙ୍କୁ ଦେଖି
କଟାକ୍ଷ ବି କରୁଥିଲ
କହୁଥିଲ,ଭାରୀ ଖରାପ ଝିଅଗୁଡ଼ାଙ୍କ ଆଧୁନିକ
ପୋଷାକ ପରିଧାନ,ହୁଅନ୍ତି ସେଥିଲାଗି ବର୍ବରତାର ଶିକାର,
ଖୁବ ହସୁଥିଲ ଓଠ ନେଫେଡ଼େଇ ଖି ଖି ହେଇ
ଏବେ କୁହ,କୋଉ ଆଧୁନିକତାର ଛାପ ଥିଲା
ତିନିବର୍ଷର କଅଁଳିଆ ଛୁଆ ଦେହରେ
ନା ଥିଲା ସେ ପ୍ରତିଦ୍ୱନ୍ଦୀ ଅର୍ଦ୍ଧନଗ୍ନ
ଋାମ୍ପ ସୋର କୋଉ ମଂଚରେ ?
ଖିନ୍ ଭିନ୍ କରି ଚିରିଦେଲ
ଫୁଙ୍ଗୁଳା ଦେହଟା ରଡ଼ି ରଡ଼ି ଆର୍ତ୍ତ ଚିତ୍କାରରେ ।
ଲେଉଟିଲାନି ତା ରାହା
ଚିହ୍ନି ହିଁ ନଥିଲା ନିଜକୁ ନିଜେ
କହିବ କାହା ନାଁ ମାଁକୁ
ନା ଅଛି ପ୍ରମାଣ..?
ଏଇ ତ ବୁଲୁଛନ୍ତି ଖୋଲାବଜାରରେ
ଅଇଁଠାପତ୍ର ଚଟା କୁକୁର ପରି
ପକେଟରେ ହାତ ପୁରେଇ
ଟାର୍ଗେଟ ପୁଣି ଆଉ କୋଉ ନିଷ୍ପାପ କନ୍ୟା କୁ
କାଳ ବେଳ ଉଣ୍ଡି ନିଜ ପୁରୁଷତ୍ୱ ଜାହିର କରିବାକୁ ... ..
ଅଇଁଠାପାଲି,ସମ୍ବଲପୁର
What's Your Reaction?






