ଦୁର୍ଘଟଣାର ୧୫ ଦିନ ପରେ ଗୁରୁତର ବ୍ୟକ୍ତିଙ୍କ ମୃତ , ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବୀ
ପ୍ରମୋଦ କୁମାର ସେଲମା
ଦୁର୍ଘଟଣାର ୧୬ ଦିନ ପରେ ଶୁକ୍ରବାର ଅପରାହ୍ନ ସମୟରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁତର ବ୍ୟକ୍ତି ମୃତ ଘଟିଛି l ମୃତ ବ୍ୟକ୍ତି ଜଣକ ଦୁର୍ବାଦଳ ବଗର୍ତି (୭୫) ବୋଲି ଜଣାପଡିଛି l ଏ ନେଇ ଟିଟିଲାଗଡ଼ ଥାନାରେ ତାଙ୍କ ଭାଇ ବିଜୟ ବଗର୍ତି ଲିଖିତ ଅଭିଯୋଗକୁ ଭିର୍ତ୍ତି କରି ଥାନା କେଶ ନଂ ୨୮୧/୨୫ରେ ପୋଲିସ ଏକ ମାମଲା ରୁଜୁ କରିଛି l ତେଣୁ କରି ତୁରନ୍ତ ଅଭିଯୁକ୍ତ ଚାଳକଙ୍କୁ ଗିରଫ କରିବା ପାଇଁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି l ପ୍ରକାଶ ଯେ, ଗତ ୧୬ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଗୋପାଳପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ବିଜେପୁର ଛକ ଠାରେ ଦୁର୍ବାଦଳ ନାମକ ଜୈନିକ ବ୍ୟକ୍ତି ବାଇକ ନଂ ଓଡି୨୬ ଡି ୬୭୯୩ ଦେଖି ଠିଆ ହୋଇଥିଲେ l ଉକ୍ତ ବାଇକ ଆରୋହୀ ଜଣକ ଦ୍ରୁତ ଗତିରେ ଆସି ଦୁର୍ବାଦଳଙ୍କୁ ଧକ୍କାରେ ଦେଇଥିଲା l ଫଳରେ ଡାହାଣ ଗୋଡ଼ ଭାଙ୍ଗିଵା ସହ ମୁଣ୍ଡ ଓ ବେକରେ ଜୋର ଆଘାତ ଲାଗିଥିଲା l ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆ ଯାଇଥିଲା ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଭୂଵାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦୁର୍ବାଦଳଙ୍କ ମୃତ ଘଟିଯାଇଛି l ଶନିବାର ତାଙ୍କ ମୃତ ଶରୀର ବିଜେପୁର ପହଂଚିଵା ପରେ କାନ୍ଦ ବୋବାଲରେ ଅଞ୍ଚଳ ଫାଟି ପଡିଥିଲା l ପରେ ବାଜା ମାଧ୍ୟମରେ ଏକ ବିରାଟ ଶୋଭାଯାତ୍ରା ବାହାରି ତେଲ ନଦୀ କୂଳକୁ ନିଆଯାଇଥିଲା l ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା l ମୃତଙ୍କ ବଡ଼ ଭାଇ ଜେହେରୁଲାଲ, ବିଜୟ , ଲାଲବାହାଦୁର, ଭଉଣୀ ଗୋମତୀ ଙ୍କ ସହ ପରିବାର ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ବଡ଼ୁପୁତ୍ର ବିକ୍ରମ ବଗର୍ତି ଓ ନାତି ଟୋନି ଶଙ୍କର ନାୟକ ମୁଖାଗ୍ନି ଦେଇଥିଲେ l ଏହି ସମୟରେ ସ୍ଥାନୀୟ ସରପଞ୍ଚ ହୃଷିକେଶ ବାଗ, ବୀରେନ୍ଦ୍ର ଛତର,ତେଜୁରାମ ଛତର,ମଦନ ବଗର୍ତି, ଧରମ ବଗର୍ତି, କେଦାର ଖରସେଲ, କପେଲେଶ୍ୱର ବିଶି ,ବିଘ୍ନେଶ୍ୱର ବଗର୍ତି, ନରେନ୍ଦ୍ର ବଗର୍ତି, ରସିକ ବାଗ, ବିଶୀକେଶନ ପୋଢ଼, ଭାବ ବିଶି, ଯୁଗେ ବାଗ,ଶଙ୍କର ମାଝୀ,କୁବେର ବଗର୍ତି, ରସାନନ୍ଦ ବଗର୍ତି ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ l
What's Your Reaction?