କଣ୍ଟାମାଳ ରେ ୟଙ୍ଗଷ୍ଟାର ଏସୋସିଏସନ ଦ୍ୱାରା ଗଣେଶ ପୂଜା ନୁଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ l
ବୌଦ୍ଧ ଜିଲ୍ଲା କଣ୍ଟାମାଳ ମେଡିକାଲ ଛକ ଠାରେ ୟଙ୍ଗଷ୍ଟାର ଏସୋସିଏସନ ଦ୍ୱାରା ଗଣେଶ ପୂଜା ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶନିବାର ସନ୍ଧ୍ୟା ରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମ ରେ ଏସୋସିଏସନର ସଭାପତି ପ୍ରେମଲାଲ ମହାନ୍ତି ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି ଦୀପକ ବାରିକ, ଶିମିଳି ପଦର ପଂଚାୟତ ର ସରପଞ୍ଚ ସାର୍ଦୁଳ ନାଗ ବିଜେପି ନେତା ଓମପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ଶ୍ରୀମତୀ ପଦ୍ମାଲୟା ପ୍ରଧାନ , ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ କୁମାର ସାହୁ,କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ଘଣ୍ଟାପଡା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ l ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ମୁଖ୍ୟ ଅତିଥି ତଥା ଆମନ୍ତ୍ରିତ ଅତିଥିଗଣ ବିନାୟକ ଓ ସମଲେଇ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ l ଏସୋସିଏସନର ସମ୍ପାଦକ ସିଦ୍ଧେଶ୍ବର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସଦସ୍ୟ ବିଟୁ ବିଶି, ସୁରଜ ସାହୁ, ଦିଲ୍ଲୀପ ପ୍ରଧାନ,ସଂଜିତ ମିଶ୍ର, ସତୀଶ ମାହାଣl, ରାଜେଶ, ଠୂଲୁ ପଟ୍ଟନାୟକ, ବବଲୁ ହାତୀ, ପପୁ ମିଶ୍ର,ଧିରେନ, ଦୂତିଆ ରଣା,ମଙ୍ଗୁଲୁ, ବିକ୍ରମ,ଗୋଲଡି ବିଶି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଡାକ୍ତର, ପୁଲିସ ବିଭାଗର କର୍ମ ଚାରି, ସାମ୍ବାଦିକମାନଙ୍କୁ ମୁଖ୍ୟ ଅତିଥିଙ୍କ ସମେତ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ,
What's Your Reaction?