ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା

Oct 18, 2026 - 23:12
 0  80
ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା

ବାଲିଗୁଡ଼ା/କନ୍ଧମାଳ: ଲୋକ ଆବାଜ୍. ଇନ୍/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲାର ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ମନୋନୀତ ହୋଇଛନ୍ତି। ବାରଖମାଠାରେ ଆୟୋଜିତ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜର ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।ସମାଜର ଶିକ୍ଷା, ସଂସ୍କୃତି ଓ ପରମ୍ପରାର ଉନ୍ନତି ସହିତ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦଣ୍ଡସେନା କହିଛନ୍ତି। ଏହି ଦାୟିତ୍ୱ ମାଧ୍ୟମରେ ସମାଜର ସାମୂହିକ ବିକାଶ, ଶିକ୍ଷାର ପ୍ରସାର ଓ ପାରମ୍ପରିକ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦିଆଯିବ।ତାଙ୍କର ଏହି ମନୋନୟନକୁ ନେଇ ସମାଜର ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

What's Your Reaction?

like

dislike

love

funny

angry

sad

wow