ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଫାଇନାଲ ରେ ବରଗଡ଼ ।

Dec 17, 2024 - 17:57
 0  24
ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଫାଇନାଲ ରେ ବରଗଡ଼ ।

କଳାହାଣ୍ଡି,୧୭|୧୨ ଲୋକ ଆବାଜ. ଇନ(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)-

ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ପ୍ରଥମ ସେମିଫାଇନାଲ ରେ ବରଗଡ ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ । ବରଗଡ ବେଟିଙ୍ଗ କରି 30ଓଭର ରେ 215 ରନ ସଂଗ୍ରହ କରିଥିଲେ । ଜବାବ ରେ ଜୁନାଗଡ଼ 23ଓଭର 1ବଲ ରେ ସମସ୍ତ ଉଇକେଟ ହରାଇ ମାତ୍ର 134ରନ କରି ପରାଜୟ ହୋଇ ଥିଲେ । ମେନ ଅଫ ଦି ମ୍ୟାଚ ବରଗଡ ର ରାକେଶ ସିଂ ପାଇ ଥିଲେ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବି ଜେ ପି ନେତା ମନୋଜ କୁମାର ମେହେର ସମାଜ ସେବି ଈଶ୍ୱର ପୂଝରୀ ଉଦ୍ଧବ ସାହୁ, ବିଜୟ ପୁଝରୀ ଉପସ୍ଥିତ ଥିଲେ । ସନ୍ଧ୍ୟା ରେ ବରିଷ୍ଟ ବିଜ୍ଞାନ ଶିକ୍ଷକ ବିଜୟ ପାଢ଼ୀ, ପାରିଷଦ ସଚିନ ଅନ୍ଧାନୀ ଯୋଗ ଦେଇ ଥିଲେ । ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ,ବିଶ୍ୱ ସାହୁ ସୁଖବିନ୍ଦର ସିଂ ଓ ସନ୍ତୋଷ ପୃଷ୍ଟି କରିଥିଲେ, ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ ଓ ସୁଜଳ କରିଥିଲେ । ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼ ଉପ ସଭାପତି ସରୋଜ କୁମାର ପଣ୍ଡା,ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ତୁଳସୀ ପଟ୍ଟନାୟକ, ରମଣୀ ପଣ୍ଡା, ନିହାର ପଣ୍ଡା ପପୁ ପଣ୍ଡା, ସୁଜିତ ପଣ୍ଡା, ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା 18ତାରିକ କେସିଙ୍ଗା ସହ ବଲାଙ୍ଗୀର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି ।

What's Your Reaction?

like

dislike

love

funny

angry

sad

wow