ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଦ୍ଵିତୀୟ ଦିବସରେ ମହଗାଁ ଦଳ ବିଜୟୀ
କର୍ଲାମୁଣ୍ଡା, ୨୩/୦୧ ଲୋକ ଆବାଜ. ଇନ (ସୁଶାନ୍ତ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ ଅନ୍ତର୍ଗତ ସାନଡୁଙ୍ଗୁରିଗୁଡା ଗ୍ରାମର ସ୍କୁଲ ପଡ଼ିଆଠାରେ ହେଉଥିବା ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦ୍ୱିତୀୟ ଦିବସରେ ପହଞ୍ଚିଥିଲା। ପ୍ରଥମ ମ୍ୟାଚଟି ସାନଡୁଙ୍ଗୁରିଗୁଡା ଓ ମଦନପୁର ଏବଂ ଦ୍ଵିତୀୟ ମ୍ୟାଚ ମହଗାଁ ଓ ଖାସବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତୃତୀୟ ମ୍ୟାଚଟି ଉଭୟ ମ୍ୟାଚ ର ବିଜେତା ମଦନପୁର ଓ ମହଗାଁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ମହଗାଁ ଦଳ ବିଜୟୀ ହୋଇଥିଲା। ଖେଳଟିକୁ ଟୁନା ପଧାନ ଓ ଅଟଳ ପଧାନ ପରିଚାଳନା କରିଥିଲେ। ଖେଳାଳୀ ଜିତେନ୍ଦ୍ରିୟ ଭୋଇ, ବିଜେ ରାଜେଶ କୁମାର ଭୋଇ ଖେଳର ଧାରାବିବରଣି ପ୍ରଦାନ କରିଥିବା ବେଳେ ଜୟଚନ୍ଦ୍ର କୁମାର, ମନୋଜ ଘିଭେଲା ସ୍କୋରର୍ ଦାୟିତ୍ୱ ତୁଳାଇ ଥିଲେ। ଏହି ଅବସରରେ ରିଷିଡ଼ା ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି, କଳାହାଣ୍ଡି ଓମଏଗ୍ରୋ ବାୟୋଟେକ୍ ଲିମିଟେଡ଼ ଏରିଆ ମେନେଜର ବଶିଷ୍ଠ ଭୋଇ, ବହୁଜନ ସମାଜ ପାର୍ଟି ରାଜ୍ୟ ସୋସିଆଲ ମିଡ଼ିଆ ପ୍ରଭାରୀ ବିଜୟ ସୁନା, ସାମ୍ବାଦିକ ସୁଶାନ୍ତ ରଣା, ପ୍ରମୋଦ ପଧାନ, ଜଗଜୀବନ ପଧାନ, ସୁରେଶ ଭୋଇ, ରାଜବିହାରୀ ଭୋଇ, ଦେବେନ୍ଦ୍ର ପଧାନ, ଚିନ୍ମୟ କୁମାର ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରିକେଟ୍ କ୍ଲବ ର ସଭାପତି ପ୍ରଶାନ୍ତ ଘିଭେଲା ଓ ସମ୍ପାଦକ କିଶୋର ପଧାନଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ
What's Your Reaction?