କଣ୍ଟାମାଲ ବନ୍ଧପାଲି ରାମମନ୍ଦିର ରାସ୍ତା ଶୋଚନୀୟ .... ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ସଦର ମହକୁମା ସ୍ଥିତ ବନ୍ଧପାଲି ଗ୍ରାମ ଠାରୁ ରାମ ମନ୍ଦିର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି l ରାସ୍ତାର ଦୁରବସ୍ଥା ନେଇ ବିଭିନ୍ନ ସମୟରେ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ଓ ନିର୍ବାଚିତ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ଗୁହାରି କରିଥିଲେ ହେଁ କୌଣସି ସୁଫଳ ମିଳୁନାହିଁ l ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ସାଙ୍ଗକୁ ଖାଲଖମାରେ ଭର୍ତ୍ତି ହୋଇଯାଉଛି l ପାଣି କାଦୁଅ ରେ ପରିପୂର୍ଣ୍ଣ ରାସ୍ତାରେ ଯାନବାହାନ ତଥା ଜନସାଧାରଣ ଯିବା ଆସିବାରେ ଘୋର ଅସୁବିଧା ଭୋଗୁଛନ୍ତି l ରାସ୍ତା ପାଣିକାଦୁଅ ଯୋଗୁଁ ଚାରିଚକିଆ ଯାନ, ମୋଟରସାଇକେଲ, ସାଇକେଲ ତ ଦୂରର କଥା ଖାଲିପାଦରେ ଯିବା କଷ୍ଟକର ହୋଇପଡୁଛି l ରାସ୍ତା ସମସ୍ୟା ନେଇ ଅନେକଥର ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ l ଗ୍ରାମାଞ୍ଚଳ ରେ ଗମନାଗମନ ର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ତେବେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତା ଭଳି ଅନେକ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି l ଏହିରାସ୍ତା ଦେଇ ପ୍ରତିଦିନ ସ୍କୂଲ କଲେଜକୁ ଯାଉ ଥିବା ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ଏହି ରାସ୍ତା ଦେଇ ରାମମନ୍ଦିର, ହନୁମାନମନ୍ଦିର ଓ ଶିବମନ୍ଦିର କୁସହ ସହ ଲୋକମାନେ ଦର୍ଶନ କରିବାକୁ ଦୈନନ୍ଦିନ ଯାଇଥାନ୍ତି l ପର୍ବ ପର୍ବାଣୀରେ ହଜାର ହଜାର ଜନସାଧାରଣ ଯାଇଥାନ୍ତି l ଏଣୁ ଅତିଶୀଘ୍ର ଏହିରାସ୍ତା କୁ ପିଚୁ ରାସ୍ତା କରାଯିବାକୁ ସାଧାରଣରେ ଦାବି ହେଉଛି l
What's Your Reaction?






