କର୍ଲାମୁଣ୍ଡା ବ୍ଲକ... ବିଭିନ୍ନସ୍ଥାନରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ

କର୍ଲାମୁଣ୍ଡା:୨୬/୯ଲୋକ ଆବାଜ. ଇନ(ନନ୍ଦି କିଶୋର ଭୋଇ ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ କ୍ଲଷ୍ଟର ରେ ଗୁରୁବାର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତହୋଇଯାଇଛି।ଏହି ଅବସରରେ କର୍ଲାମୁଣ୍ଡା କ୍ଲଷ୍ଟର ର ୯ ଟି ବିଦ୍ୟାଳୟ କୁ ନେଇ ସୁରୁଜୁଲି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପାଶା,ସମ୍ମାନିତ ଅତିଥି ଶିକ୍ଷକ ବୁଧେଶ୍ଵର ନାଗ,ମନୋଜ କୁମାର ମିଶ୍ର, ସିଆରସିସି ପ୍ରସନ୍ନ କୁମାର ସାହୁ, ସୁରୁଜୁଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାଧୁରାମ ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜଗଦୀଶ ରଣା ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ସଭା କାର୍ଯ୍ୟ ରେ ଶିକ୍ଷକ ପ୍ରତାପ ପଧାନ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ଶିକ୍ଷକ ପପୁ କୁମାର, ମନୋଜ କୁମାର, ତୃପ୍ତି ରଞ୍ଜନ ନାଥ,ବିରଞ୍ଚି ନାଏକ, ପ୍ରସନ୍ନ ବାଗ,ତୁଲାମତି ସାହୁ,ସୁବଳୟା ସାହୁ,ମାଲ୍ୟାନି ନାଏକ,ଶିବରାମ ସାହୁ, ଲକ୍ଷ୍ମଣ କୁମାର, ପଦ୍ମିନୀ ରାଉତ ପ୍ରମୁଖ ସହଯୋଗ କରିଥିଲେ। ଛାତ୍ରୀ ଛାତ୍ର ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥିଲା
।ଠିକ ସେହିପରି ରେଙ୍ଗାଲି କ୍ଲଷ୍ଟର ୧୦ ଟି ବିଦ୍ୟାଳୟ କୁ ନେଇ ଭଟାପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବୋରପଦର ସରପଞ୍ଚ ସୁବାଷ ସାହୁ,ସମ୍ମାନିତ ଅତିଥି ଭାବେ ଭଟାପଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରାଣ ବନ୍ଧୁ ରଣା, ସିଆରସିସି ଉଜ୍ଜ୍ବଳ କୁମାର ସାହୁ, ଭଟାପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗମୋହନ ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଭା ଚିହ୍ନଟ ଓ ଲୋକ ଲୋଚନ କୁ ଆଣିବା ପାଇଁ ସୁରଭି କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।ମଞ୍ଚ ପରିଚାଳନା ତଥା କାର୍ଯ୍ୟକ୍ରମ ଆୟୋଜନ ରେ ଶିକ୍ଷକ ଗଙ୍ଗାଧର ରଣା, ରାଜେନ୍ଦ୍ର ସାହୁ,ସୁରେଶ ଚନ୍ଦ୍ର ସାହୁ, ବାବୁଲି ପରିଡା,ସୁବ୍ରତ କୁମାର, ରୋଜାଲୀନଭୋଇ,ରିନୁସାହୁ,କୌଶିକ ସାହୁ, ଭୋଲା ଶଙ୍କର କୁମାର କାନ୍ତ ସତ୍ରୁଜିତ୍,ଯଦୁମଣି ରଣା, ସୁମନ୍ତ ସାହୁ,ଜିତେନ୍ଦ୍ର କୁମାର ସାହୁ, ବିକ୍ରମ ସାହୁ,ସଞ୍ଜୟ ସାହୁ,ପ୍ରଫୁଲ୍ଲ ରଣା ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।
What's Your Reaction?






