ଘନାନ୍ତ୍ରି ଗ୍ରାମରେ ଶାରଦୀୟ ବନ୍ଧୁମିଳନ ସହ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ

ରାୟଗଡ଼ା:ଲୋକ ଆବାଜ. ଇନ ( ବ୍ୟୁରୋ)
ଗୁଣପୁର ବ୍ଲକ ଘନାନ୍ତ୍ରି ଗ୍ରାମରେ ଶାରଦୀୟ ବନ୍ଧୁମିଳନ ସହ ଏକ ସ୍ଵାଗତ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ବହୁଳ ମଫସଲ ଗାଁ ଘନାନ୍ତ୍ରୀର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ନିଯୁକ୍ତି, ପର୍ଯ୍ୟଟନ କ୍ଷେତ୍ରରେ କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଗାଁର ବୁଦ୍ଧିଜିବୀ ଗୋସାଇଁ ଶବର, ସୋମନାଥ ଶବର, ମାଳିକେଶ୍ୱର ଗମାଙ୍ଗ ଓ ନୀଳକଣ୍ଠ ଗମାଙ୍ଗ ପ୍ରମୁଖ ଯୋଗଦେଇ ଗାଁର ସମସ୍ତ ଛାତ୍ର ଛାତ୍ରୀ, ଯୁବକ ଅନ୍ୟୁନ୍ୟ ବିଏ ପାସ୍ କରନ୍ତୁ ବୋଲି ଆହ୍ଵାନ କରିଥିଲେ। ଚାକିରି ପାଇଁ ନ ହେଲେ ମଧ୍ୟ ନିଜର ବିକାଶ ସହ ଅଞ୍ଚଳ ପାଇଁ କାମ କରନ୍ତୁ। ଯୁବକ ମାନେ ଶିକ୍ଷିତ ହେଲେ ଅଞ୍ଚଳର ବିକାଶ ହେବ ବୋଲି କହିଥିଲେ। ସଭାରେ ନିଟ୍ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଥିବା ଛାତ୍ରୀ ମଧୁସ୍ମିତା ଶବରଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟତମ ଅତିଥି ଭାବେ ଗୁଣପୁର ନବନିର୍ମାଣ ସମିତିର ସାଧାରଣ ସମ୍ପାଦକ ରଞ୍ଜିତ ପାଢ଼ୀଙ୍କ ସମତେ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଗ୍ରାମର ଅବସପ୍ରାପ୍ତ ଶିକ୍ଷକ ଇଞ୍ଜୁରାମ ଶବର, କିଶୋର ଶବର, ବିଶ୍ୱନାଥ ଗମାଙ୍ଗ, ପୂର୍ଣ୍ଣମାସୀ ଗମାଙ୍ଗ, ଲମ୍ବୋଦର ଶବର, ଅବସରପ୍ରାପ୍ତ ସେନା କର୍ମଚାରୀ ବନ୍ଧୁ ଶବର, ନୀଳାଦ୍ରି ଶବର, ରାମଚନ୍ଦ୍ର ଶବର, ସ୍ବାସ୍ଥ୍ୟ ବିଭାଗର ଅବସପ୍ରାପ୍ତ ପ୍ରମୁଖ ପରିସଂଖ୍ୟାନ କିରାଣୀ ବିଜୟ କୁମାର ଶବର, ସ୍ବାସ୍ଥ୍ୟ ପରିଚାରକ ପୁନିଆ ଶବର, ଅବସରପରାପ୍ତ ଅଙ୍ଗନୱାଡ଼ି କର୍ମୀ ଲଳିତା ବେବର୍ତ୍ତା, ଅର୍ଣ୍ଣପୂର୍ଣ୍ଣା ବେବର୍ତ୍ତା, ପ୍ରମିଳା ବେବର୍ତ୍ତାଙ୍କୁ ମଞ୍ଚରେ ମାନପତ୍ର ଓ ଅପଢୌକନ ଦେ଼ଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମିତିର ନୂତନ ସଭାପତି ଧର୍ମେନ୍ଦ୍ର ଶବର ଗୁଣପୁର ବ୍ଲକରେ ସବୁଠାରୁ ଅଧିକ କର୍ମଚାରୀ ଥିବା ଗାଁ ହୋଇ ଘନାନ୍ତ୍ରୀ ଆଜି ପଛରେ ପଡ଼ିଥିବାରୁ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ରଖି ଶିକ୍ଷା ଓ ଗାଁର ବିକାଶ କାମ କରିବା ଉପରେ ମତ ପ୍ରକାଶ କରିଥିଲେ। ସାଧାରଣ ସମ୍ପାଦକ ଧରଣୀ ରଞ୍ଜନ ଶବର, ସମ୍ପାଦକ ଭବନ ମୋହନ ଶବର ଓ କୋଷାଦକ୍ଷ ୟୂନାଫ ଶବର ସଭାରେ ନିଜ ମତ ରଖିଥିଲେ । ଏଠାରେ ୩୦ ଜଣ ସଦସ୍ୟଙ୍କୁ ନେଇ ଗ୍ରାମ ସମିତି ଗଠନର ନବକଳେବର କରାଯିବା ସହ ପଞ୍ଜୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅଜିତ୍ କୁମାର ପତିକା ସଭାମଞ୍ଚ ସଂଯୋଜନା କରିଥିଲେ ଓ ଶେଷରେ କେତନ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ଶବର, ୟୁନଫା ଶବର, ଜଗଦିଶ୍ୱର ଶବର, ଧନେଶ୍ଵର ଶବର, ବୈଷ୍ଠାବ ଚରଣ ଶବର, ଦଇତାରୀ ଶବର, ନାରାୟଣ ଶବର, ନରେନ୍ଦ୍ର ଶବର, କେଶବ ଶବର, ତେଗାଇ ଶବର, ବଂଶୀଧର ଶବର, ତିଆରନାମ୍ ଶବର, କ୍ଷମେନ୍ଦ୍ର ଶବର, ସୁନିଲ୍ ଶବର, ଜିଡିଗ୍ନି ଶବର ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?






