ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ପକ୍ଷ ପାଳିତ

ସୁବର୍ଣ୍ଣପୁର,: ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ତାଲିମ ସଭା ଗୃହ ଠାରେ ମହିଳା ଓ ଘରୋଇ ହିଂସା ନିରାକରଣ ପକ୍ଷ -୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦାବର, ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା ଦୁର୍ଗା ଦତ୍ତ ଦାସ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (VBD)ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ),ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (TB)ଡ଼ା ପଦ୍ମହଂସ୍ ଦୋରା, ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ଶବର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁପମା ପଣ୍ଡା, ପ୍ରୋଗ୍ରାମ ଅଧିକାରୀ (ICDS)ଅନିତା ଗୁରୁ ଓ ଜିଲ୍ଲା କାର୍ଯ୍ୟ ସଂଯୋଜକ ବିଶ୍ବମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଘରୋଇ ହିଂସା ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ଆଜିର ଦିବସ ରେ ଆମେ ସମସ୍ତେ ଘରୋଇ କିମ୍ବା ଯୌନ ସମ୍ବନ୍ଧୀୟ ହିଂସାର ଶିକାର ନ ହେବା ନିମନ୍ତେ ଜନସଚେତନା ସୃଷ୍ଟି କରିବା ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ଉପରେ ଗୁରୁତ୍ୱା ରୋପ କରିଥିଲେ l
ଉକ୍ତ ସଭାରେ ସମସ୍ତ ବ୍ଲକ ର ଅଧିକ୍ଷକ,PHEO,BPM,BAM,BDM, ସମସ୍ତ କଂସଲ୍ଟାଣ୍ଟ,RARE ଓ SAKHI ର କର୍ମକର୍ତ୍ତା,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ ।ଉକ୍ତ କାର୍ଯକ୍ରମ କୁ ପ୍ରଦୀପ କୁମାର ସାହୁ,ସୁଧାଂଶୁ ନାୟକ, ବି କେ ସାଗରିକ।,ସୋଭନା ଦାସ , ତରଣୀ ସେନ ପ୍ରଧାନ ଓ ଗୀତା ଞ୍ଜଳି ମେହେର ପୂର୍ଣ୍ଣ ସହଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






