ଜୀବନ ଆଶାର ଆଲୋକ ପଥେ ପିପୁଲ୍ସ ହୋପ ଫାଉଣ୍ଡେସନ

Nov 17, 2025 - 19:14
 0  23
ଜୀବନ ଆଶାର ଆଲୋକ ପଥେ ପିପୁଲ୍ସ ହୋପ ଫାଉଣ୍ଡେସନ

ନୂଆପଡ଼ା / ଖରୀଆର :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

୧୬-୧୧ ପୁଣ୍ୟତାକୁ ଆବୋରି ନେଇ ରକ୍ତଦାନକୁ ମୂଳ ମନ୍ତ୍ର କରି ମାନବ ଜୀବନର ଆଶାର ଆଲୋକ ଦେଖାଉଥିବା ନୂଆପଡ଼ା ଜିଲ୍ଲା ପିପୁଲ୍ସ ହୋପ୍ ଫାଉଣ୍ଡେସନ ସଭାପତି ଅଶୋକ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆଜି ତା'ର ତୃତୀୟ ବାର୍ଷିକ ସ୍ଵ-ନକ୍ଷତ୍ର କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ସୁପରିଚିତ ଆଇନଜୀବୀ ରବୀନ୍ଦ୍ର କୁମ୍ଭାର ଓ ମୁଖ୍ୟ ବକ୍ତା ରୂପେ ବଙ୍ଗୋ ମୁଣ୍ଡର ଡିଗ୍ରୀ କଲେଜ ଅଧ୍ୟକ୍ଷ ସୁଭେନ୍ଦ୍ର ମେହେର ଅଳଙ୍କୃତ ଥିବାବେଳେ ବିଶିଷ୍ଟ ଅତିଥି ଭାବରେ ଆଇନଜୀବୀ ଯୁଜେଷ୍ଠି ମେହେର,ସରପଂଚ ଜିତୁ କୁମ୍ଭାର, କୋ ଫାଇଣ୍ଡର ପି ଏଚ୍ ଏଫ୍ କର୍ଣ୍ଣ ଶବର,ସମ୍ପାଦକ ହେମନ୍ତ ମେହେର,ସମାଜ ସେବୀ ସାଜତ ଖାନ,ଅଜମ୍ବର୍ ତାଣ୍ଡି ପ୍ରମୁଖ ମଞ୍ଚା ସିନ ଥିଲେ ।ଶିକ୍ଷକ ସୁବ୍ରତ ବଘେଲ ନିଜ ସୁନ୍ଦର୍ ଶବ୍ଦ ସଂଯୋଜନାରେ ମଞ୍ଚ ପରିଚାଳନା କରିଥିଲେ।ମଞ୍ଚାଷୀନ ଅତିଥି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ସମାଜକୁ ଆବଶ୍ୟକ ହୋଇପଡ଼ିଥିବା ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବାକୁ ସମସ୍ତେ ନିଃଶୁଳ୍କ ସେବା ଯୋଗାଇଦେବାକୁ ଆହ୍ଵାନ କରିଛନ୍ତି , ରକ୍ତଦାନ ଉପରେ କାର୍ଯ୍ୟ କରୁଥିବା ଏହି ସଙ୍ଗଠନର ଭୂରି ଭୂରି ପ୍ରଶଂସା କରିବା ସହିତ ସଙ୍ଗଠନର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଭୂମିକା ଉପରେ ଆଲୋକପାତ କରି ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ୯୭ ଥର ରକ୍ତ ଦାନ କରିଥିବା ସେବାକାରୀ ଶିକ୍ଷକ କିଶୋର କୁମାର ପରିଡ଼ା,ନିଜ ଅଞ୍ଚଳ ତଥା ଅନ୍ୟ ଅଞ୍ଚଳକୁ ଯାଇ ରକ୍ତଦାନ ଓ ରକ୍ତ ଯୋଗାଉଥିବା ସ୍ବେଚ୍ଛାସେବୀ ସତ୍ୟମ୍ ସିଂହଳ ଓ ଶୁଭମ ତାଣ୍ଡିଙ୍କୁ,ସମାଜର ଅନେକ ସମସ୍ୟାକୁ ପ୍ରଶାସନ ଆଗରେ ଉପସ୍ଥାପନ କରି ସମାଧାନ କରୁଥିବା ସାମ୍ବାଦିକ ରାମନାଥ ପଣ୍ଡା, ଗଣେଶ ରାମ ବାଗ,ଦିନେଶ ଛତ୍ରିଆ ଓ ଭଜନ ବାଗ ତଥା ରକ୍ତଦାତା ମାନଙ୍କୁ ଆଜି ସମ୍ମାନିତ କରିଥିଲେ ।

What's Your Reaction?

like

dislike

love

funny

angry

sad

wow