ଟାଟାଏସି ଗାଡିରୁ ୧ କୁଇଣ୍ଟାଲ୍ ୨୨କେଜି ଗଂଜେଇ ଜବତ କଲା ପୁଲିସ

Sep 20, 2024 - 20:55
 0  23
ଟାଟାଏସି ଗାଡିରୁ ୧ କୁଇଣ୍ଟାଲ୍ ୨୨କେଜି ଗଂଜେଇ ଜବତ କଲା ପୁଲିସ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ମନମୁଣ୍ଡା ପୁଲିସ୍ ଗବଜୋର ନିକଟରେ ବୁଧବାର ରାତିରୁ ରଖା ଯାଇଥିବା ସନ୍ଦିଗ୍ଦ ଟାଟା ଏସିଇ ଗାଡିରୁ ୧ କ୍ବିଣ୍ଟାଲ ୨୨ କେଜି ଗଂଜେଇ ଜବତ କରିଛି l ମିଳିଥିବା ସୁଚନା ଅନୁଯାୟୀ ମନମୁଣ୍ଡା ଥାନା ଗବଜୋର ଯାତ୍ରା ପଡିଆ ନିକଟରେ ଆଗ କାଚ ଭଙ୍ଗା ଯାଇଥିବା ଏକ ସନ୍ଦିଗ୍ଧ ଟାଟା ଏସିଇ ଗାଡି ରଖା ଯାଇଥିବା ଦେଖିବାକୁ ମିଳିଥିଲା l ଉକ୍ତ ଗାଡ଼ିରେ ରକ୍ତ ଛିଟା ଲାଗିଥିବା ବେଳେ ରକ୍ତଭିଜା ଏକ ପେଣ୍ଟ ମଧ୍ୟ ଗାଡ଼ିରେ ଥିଲା l ପୁଲିସ୍ ଗତକାଲି ଗାଡିକୁ ଜବତ କରି ମନମୁଣ୍ଡା ଥାନାକୁ ଆଣିଥିଲା | ଗାଡିର ଡାଲା ତଳେ ଏକ ଚେମ୍ବର କରି ବିପୁଳ ଗଂଜେଇ ଥିବା ଯାଞ୍ଚ ବେଳେ ପୁଲିସ ଜାଣିବାକୁ ପାଇଥିଲା l ଆଜି ଅପରାହ୍ନ ରେ କଂଟାମାଳ ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ଶ୍ବେତପଦ୍ମା ଯୋଶୀଙ୍କ ଉପସ୍ଥିତିରେ ଡାଲା ତଳେ ଥିବା ଗୁପ୍ତ ଚେମ୍ବର୍ ଖୋଲି ଗଂଜେଇ ବାହାର କରାଯାଇଥିବା ବେଳେ ଏହା ଓଜନ କରିବାରୁ ୧ କୁଇଣ୍ଟାଲ୍ ୨୨କେଜି ହୋଇଥିବା ପୁଲିସ ସୂଚନା ଦେଇଛି l ଏ ସମ୍ପର୍କରେ ମନମୁଣ୍ଡା ଥାନାରେ ଏନ୍ ଡି ପି ଏସ୍ ଆକ୍ଟରେ ଏକ ମାମଲା ଋଜୁ କରି ପୁଲିସ୍ ତଦନ୍ତ କରୁଥିବା ଆଇଆଇସି ରାମ କୁମାର ମୁର୍ମୁ ସୂଚନା ଦେଇଛନ୍ତି l ଅନ୍ୟପଟେ ଗାଡ଼ିରେ ରକ୍ତ ଛିଟା ଲାଗିଥିବା ବେଳେ ଏକ ରକ୍ତ ଭିଜା ପ୍ୟାଣ୍ଟ୍ ଥିବାରୁ ଏହାର ତଦନ୍ତ ଜାରି ଥିବା ଜଣା ପଡିଛି |

What's Your Reaction?

like

dislike

love

funny

angry

sad

wow