ଦରମା ନାହିଁ ତ କାମ ନାହିଁ ଦାବି ରେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ କୋକସରା ସିଏଚସି ଆଶା କର୍ମି

Mar 20, 2025 - 14:46
 0  168
ଦରମା ନାହିଁ ତ କାମ ନାହିଁ ଦାବି ରେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ କୋକସରା ସିଏଚସି ଆଶା କର୍ମି

କଳାହାଣ୍ଡି: ଲୋକ୍ ଆବାଜ୍ ଇନ୍-(ସନତ କୁମାର ପ୍ରଧାନୀ)

ନା ଦିନ ନା ରାତି ଯେତେବେଳେ କୌଣସି ପ୍ରସୂତି ହେଉ କିମ୍ବା ଶିଶୁ ହେଉ ଜରୁରୀକାଳୀନ ସମୟରେ ଗ୍ରାମାଞ୍ଚଳରେ ଆଶା କର୍ମି ହିଁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସହ ରୋଗୀ ଙ୍କୁ ଡାକ୍ତରଖାନାରେ ଆଣି ଭର୍ତ୍ତି କରିବା ପର୍ଯ୍ୟନ୍ତ ଦାଇତ୍ୱ ନିର୍ବାହ କରୁଥିବା ସହ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ରେ ନିୟୋଜିତ ରହି ସେବା ପ୍ରଦାନ କରି ଆସୁଛନ୍ତି। ତେବେ ଆଶା କର୍ମି ଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶି ଠିକ ସମୟରେ ମିଳୁନଥିବା ବେଳେ ଘର ପରିବାର ଛାଡି ଦିନରାତି ଖଟୁଥିବା ଆଶା କର୍ମି ଙ୍କ ପାଇଁ ପରିବାର ପ୍ରତିପୋଷଣ ରେ ସମସ୍ୟା ସୃଷ୍ଟି ହେଉଛି। ଗତ ୨ ମାସ ର ପ୍ରୋତ୍ସାହନ ରାଶି ନ ମିଳିବା,ପ୍ରତି ମାସ ୧୦ ତାରିଖରେ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରତିବାଦ କରି ଗୁରୁବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ରେ କାର୍ଯ୍ୟରତ ଶତାଧିକ ଆଶା କର୍ମି ମାନେ ଏକ ଦାବିପତ୍ର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦେବେନ୍ଦ୍ର ମାଝୀ ଙ୍କ ଜରିଆରେ ପ୍ରଦାନ କରିଥିଲେ। ଏହି ସମୟରେ ବ୍ଲକ ଆଶା କର୍ମି ସଙ୍ଘ ର ସଭାନେତ୍ରୀ ରମଣି ଦଣ୍ଡସେନା, ସମ୍ପାଦିକା ଜାଜ୍ଞସେନି ମହାନ୍ତି, ସନ୍ତୋଶିନି ପଟ୍ଟନାୟକ, ଚମ୍ପା ମଣି ମାଝୀ,ସୀମାରାଣୀ ନାଗ, ହେମବତୀ ପାଣିଗ୍ରାହୀ,।ମାଧବୀ ଖମାରି,ଶଶିରେଖା ଶବର, ସବିତା ପଟେଲ, ଦେବକୀ ସତନାମୀ,ଫୁଲମତି ସୁନାନୀ, ବବିତା ମାଝୀ, ସୂର୍ଯ୍ୟକାନ୍ତି ଦୁର୍ଗା, ରେମତି ନାଏକ,ପୁଷ୍ପାଞ୍ଜଳି ପୁଞ୍ଜି, ପ୍ରମିଳା ଚଣ୍ଡି ସମେତ ଶତାଧିକ ଆଶା କର୍ମି ଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow