ପାଣିଟାଙ୍କି ଉପରେ ଚଢି ଜଣେ ଯୁବକଙ୍କ ଉନ୍ମକ୍ତ କାଣ୍ଡ.... ଦୀର୍ଘ ସମୟ ପରେ ଉଦ୍ଧାର

କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବୋରପଦର ଗ୍ରାମ ପଞ୍ଚାୟତ ଭଟାପଲା ଗାଁରେ ଥିବା ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।ତେବେ ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଉଦ୍ୟମ ରେ ଯୁବକ ଉଦ୍ଧାର ହୋଇଥିଲା l ଯୁବକ ଜଣକ ଭଟାପଲା ଗାଁର ରାହୁଲ କୁମାର ହୋଇଥିବା ବେଳେ ବୟସ ତାର ୨୨ ବର୍ଷ ହେବ । ମଙ୍ଗଳବାର ରାତିରେ ପାଣି ଟାଙ୍କି ଉପରେ ଚଢି ଯାଇ ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ଓ ଗ୍ରାମବାସୀ ମାନେ ସ୍ଥାନୀୟ କର୍ଲାମୁଣ୍ଡା ପୁଲିସ ଫାଣ୍ଡି ଓ ଅଗ୍ନିଶ୍ରମ ବିଭାଗ କୁ ସୂଚନା ଦେଇଥିଲେ l ଖବର ପାଇ ଫାଣ୍ଡି ଅଧିକାରୀ ଥବିର ବରିହା ଓ ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଫିସର ଇନ ଚାର୍ଜ କୃତିବାସ ଦାଶ୍ ଙ୍କ ନେତୃତ୍ୱରେ ଟିମ ପହଞ୍ଚି ଯୁବକଙ୍କୁ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ଦୀର୍ଘ ସମୟ ପରେ ଯୁବକ ଉଦ୍ଧାର କରାଯାଇ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ବିଳମ୍ବିତ ରାତିରେ ଯୁବକ ଚିକିତ୍ସିତ ହୋଇ ଘରକୁ ଫେରି ଥିବା ଫାର୍ମାସିଷ୍ଟ ପବିତ୍ର ରଣା ସୂଚନା ଦେଇଛନ୍ତି।ଅନ୍ୟ ପଟେ ଯୁବକ ଜଣକ ଙ୍କ ମାନସିକ ସ୍ଥିତି ଠିକ ନ ଥିବା ରୁ ଏଭଳି ପରିସ୍ଥିତି ଘଟିଥିବା ଅନୁମାନ କରାଯାଉଛି।
What's Your Reaction?






