ପୌର ପରିଷଦ ର ସାଂସଦ ପ୍ରତିନିଧି ଭାବେ ଶିବରାମ ସାହୁ ନିଯୁକ୍ତ

ସୋନପୁର : ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :
ସୋନପୁର ସହରର ବରିଷ୍ଠ ନାଗରିକ ଶିବରାମ ସାହୁ ଏବେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଙ୍କ ସୁବର୍ଣ୍ଣପୁର ପୈ।ର ପରିଷଦ ପାଇଁ ନୋମିନି ନିଯୁକ୍ତ ହୋଇଛନ୍ତି। ଶ୍ରୀ ସାହୁ ଜଣେ ସୁ ସଂଗଠକ , କଳା ସଂସ୍କୃତି ସାହିତ୍ୟ ପ୍ରେମୀ ଭାବରେ ଜିଲ୍ଲାରେ ବେଶ ଜଣାଶୁଣା ଥିବାବେଳେ ସେ ଏକ ଲମ୍ବା ସମୟଧରି ସହରର ମର୍ଯ୍ୟାଦା ଜନକ ଅନୁଷ୍ଠାନ ଚନ୍ଦ୍ର ଶେଖର ପାଠାଗାର ଓ ମହାନଦୀ ସାହିତ୍ୟ ସଂସଦର ସଂପାଦକ, ସଭାପତି ରହିଥିବା ବେଳେ ଗତ ନିର୍ବାଚନରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ବାଚନ ଏଜେଣ୍ଟ ଓ ପରାମର୍ଶ ଦାତା ଭାବରେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସୋନପୁର ପୈ।ର ପରିଷଦ ରେ ତାଙ୍କର ଚାକିରୀ କାଳରେ ଜନସୂଚନା ଅଧିକାରୀ ତଥା ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ଜନସାଧାରଣଙ୍କ ମଧ୍ୟରେ ବହୁତ ବିଶ୍ଵାସ ଭାଜନ ହୋଇପାରିଛନ୍ତି l ବର୍ତ୍ତମାନ ତାଙ୍କୁ ପୈ।ର ପରିଷଦ ରେ ସାଂସଦ ଙ୍କ ପ୍ରତିନିଧି ଭାବରେ କାମ କରିବାପାଇଁ ସୁଯୋଗ ମିଳିଥିବାରୁ ତାଙ୍କୁ ସମସ୍ତ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି l
What's Your Reaction?






