ପ୍ରଥମ କଣ୍ଟାମାଳ ଲୋକମହୋତ୍ସବ ଉପଲକ୍ଷେ ମଶାଲ ଶୋଭା ଯାତ୍ରା ଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲାର ବହୁ ପ୍ରତୀକ୍ଷିତ ସ୍ଥାନୀୟ କଳାକାରଙ୍କୁ ଉତ୍ସାହିତ ସକାଶେ ବୁଦ୍ଧିଜୀବିଙ୍କ ଅକ୍ଲାନ୍ତ ପ୍ରଚେଷ୍ଠାରେ ଅନୁଷ୍ଠିତହେବାକୁଥିବା ପ୍ରଥମ କଣ୍ଟାମାଳ ଲୋକମହୋତ୍ସବ ପାଇଁ ଆଜି ସନ୍ଧ୍ୟା ରେ ମଶାଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଲୋକନୃତ୍ୟ,ଦୁଲଦୁଲି ବାଦ୍ୟ ମାଧ୍ୟମରେ ପ୍ରଥମେ ନିକଟସ୍ଥ ଗିରିଗୋବର୍ଦ୍ଧନ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ପ୍ରଜ୍ଜଳନ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବ୍ଲକ ଛକ, ହାଟପଦା ଛକ, ବସଷ୍ଟାଣ୍ଡ ଦେଇ ହାଇସ୍କୁଲ ପଡ଼ିଆ ସ୍ଥିତ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଉକ୍ତ ମଶାଲ ଯାତ୍ରାରେ ସ୍ଥାନୀୟ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ମଶାଲ ଧରି ନଗର ପରିକ୍ରମା କରିଥିଲେ। ସେହିପରି ଅନ୍ୟତମ ଅତିଥିଭାବେ ସିଡିପିଓ ଶ୍ରୀମତୀ ପଙ୍କଜିନୀ ମିଶ୍ର, ଆଦିବାସୀ ନେତା ତଥା ମହୋତ୍ସବ କମିଟୀ ଆବାହକ ଡମ୍ବରୁଧର କହଁର,କମିଟୀ ସଭାପତି ମହେନ୍ଦ୍ର କୁମାର ସାହୁ, ସଂପାଦକ ରଶ୍ମିରଂଜନ କୁଦେଇ, ଠାକୁର ଚ଼ରଣ ନାଏକ, ପ୍ରଦିପ ଦାଶ, ରାମଚ଼ନ୍ଦ୍ର ତାଣ୍ଡି,ଉମେଶ ରଣା, ଅଜୟ ମହାପାତ୍ରଙ୍କ ସମେତ ସମସ୍ତ କମିଟୀ ସଦସ୍ୟ ତଥା ବହୁ ବୁଦ୍ଧିଜିବୀ ଓ କଳାକାର ଯୋଗଦେଇ ସହଯୋଗ କରିଥିଲେ।
What's Your Reaction?






