ବିଜୁ ଏକ୍ସପ୍ରେସ ରାସ୍ତା ରେ ଦୁର୍ଘଟଣା, ଯୁବକ ଗୁରୁତର

କଳାହାଣ୍ଡି: ଲୋକ ଆବାଜ୍.ଇନ୍((ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ରାସ୍ତା ଆମପାଣି ଥାନା ଦର୍ଲିପଡ଼ା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ହେଲେ ଡୁଡୁକାଠେଙ୍ଗା ଗ୍ରାମର ସୁବାସ ନାଏକ ବୋଲି ସୂଚନା ମିଳିଛି । ସେ କୌଣସି କାମ ରେ ବିଜୁ ଏକ୍ସପ୍ରେସ ରାସ୍ତା ଦେଇ ନିଜ ଗ୍ରାମ କୁ ଯିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଦର୍ଲିପଡ଼ା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇଥିବା ଜଣାପଡିଛି । କିଛି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଗୁରୁତର ଯୁବକ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତର ଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।
What's Your Reaction?






