*ବିଶ୍ୱ ର କଲ୍ୟାଣ ଓ ଜିଲ୍ଲା ର ବିକାଶ ପାଇଁ ମା ସୁରେଶ୍ଵରୀ ଙ୍କ ପୀଠରେ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଅନୁଷ୍ଟିତ

Oct 11, 2024 - 10:50
 0  11
*ବିଶ୍ୱ ର କଲ୍ୟାଣ ଓ ଜିଲ୍ଲା ର ବିକାଶ ପାଇଁ ମା ସୁରେଶ୍ଵରୀ ଙ୍କ ପୀଠରେ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଅନୁଷ୍ଟିତ

ସୁବର୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ବିଶ୍ୱ ର କଲ୍ୟାଣ ଓ ଜିଲ୍ଲା ର ବିକାଶ ପାଇଁ ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ଗତ ୩ ତାରିଖ ରୁ ଆସନ୍ତା ୧୨ ତାରିଖ ଦଶହରା ଯାଏ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଅନୁଷ୍ଟିତ ହେଉଅଛି l ପ୍ରତ୍ୟହ ଭୋର ରୁ ମା ଙ୍କ ଦ୍ଵାର ଫିଟା ଓ ମଙ୍ଗଳ ଆଳତୀ ରୁ ଆରମ୍ଭ ହୋଇ ୮ ଘଣ୍ଟା ରୁ ସୁର୍ଯ୍ୟ ପୁଜା ଓ ଷୋଡ଼ଶ ପୁଜା ପୁଜା ପରେ ଚଣ୍ଡୀ ସ୍ତୋତ୍ର ପଠନ କରାଯାଉଛି l

 ପୁରୀ ଶ୍ରୀ କ୍ଷେତ୍ର ରୁ ଆସିଥିବା ସହକାରୀ ପ୍ରଫେସର ଶ୍ରୀମାନ ଶିବ ପ୍ରାସାଦ ନନ୍ଦ ଓ କିଶୋର ମିଶ୍ର ଙ୍କ ନେତୃତ୍ବ ରେ ତିନି ଜଣ ଶିଷ୍ୟ ଙ୍କ ଦ୍ଵାରା ସାମୂହିକ ଚଣ୍ଡୀ ସ୍ତୋତ୍ର ପଠନ କରାଯାଉଛି l ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ଘୃତ ଯଜ୍ଞ ଓ ସନ୍ଧ୍ୟା ୭ ଟା ରେ ମହା ଆଳତୀ ପରେ ହଜାର ହଜାର ଭକ୍ତ ଙ୍କ ପାଇଁ ପ୍ରାସାଦ ସେବନ ର ବ୍ୟବସ୍ଥା କରାଯାଇଛି l କୋଶଳ ହାଇସ୍କୁଲ, ସ୍ବଚ୍ଛ ଭାରତ ସଙ୍ଗଠନ, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଖାର ବେଳ ନଗର ଭୁବନେଶ୍ଵର, ପୋଲିସ କନେଷ୍ଟବଳ ସଂଘ, ସି ଆର୍ ସି ସି ସଂଘ, ଜିଲ୍ଲା ଡ୍ରଗିଷ୍ଟ କେମିଷ୍ଟ ଏସୋ ସିଏସନ୍, କୃଷକ ସଂଗଠନ, ପତଞ୍ଜଳୀ ଯୋଗ ସମିତି ଫରେଷ୍ଟ ପାର୍କ ପ୍ରମୁଖ ଅନୁଷ୍ଠାନ ଓ ଯଜ୍ଞ ର କର୍ତ୍ତା ଅର୍ଜୁନ ରଥ, ପୀତାମ୍ବର ସାମନ୍ତରାୟ, ସତ୍ୟ ନାରାୟଣ ତ୍ରୀପାଠୀ ପ୍ରମୁଖ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟା ରେ କ୍ଷୀରି, ପିଠା, ମିଠା, କାନିକା ଭୋଗ ମା ଙ୍କ ଠାରେ ଅର୍ପଣ ପରେ ଯଜ୍ଞ ମଣ୍ଡପ ଆଗରେ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ବଣ୍ଟନ କରାଯାଉଛି l ଗତ କାଲି ସନ୍ଧ୍ୟା ରେ ଜିଲ୍ଲା ପୋଲିସ ସଂଘ ପକ୍ଷରୁ ଆୟୋଜିତ ମା ଙ୍କ ପ୍ରସାଦ ସେବନ ବଣ୍ଟନ କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରାସାଦ ସାହୁ ଶୁଭା ରମ୍ଭ କରି ଧର୍ମ ପତ୍ନୀ ଙ୍କ ସହ ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରିଥିବା ବେଳେ ମା ଙ୍କ ପରମ ଭକ୍ତ ତଥା କଲିକତା ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ମଧ୍ୟ ଏହି ସେବା କାର୍ଯ୍ଯ କ୍ରମ ରେ ଯୋଗ ଦେଇ ପୋଲିସ ଓ ସ୍ୱେଚ୍ଛା ସେବୀ ଙ୍କ ସହ ଭୋଗ ବଣ୍ଟନ କରିଥିଲେ l ମା ସୁରେଶ୍ଵରୀ ଙ୍କ ପ୍ରତ୍ୟହ ବେଶ ଦର୍ଶନ, ଯଜ୍ଞ ମଣ୍ଡପ ଠାରେ ଅଷ୍ଟ ବିଷ୍ଣୁ, ଶମ୍ଭୁ, ଅଷ୍ଠ ହନୁମାନ, ଅଷ୍ଠ ଭୈରବ ଦର୍ଶନ ଓ ପବିତ୍ର ଗଙ୍ଗା ଠାରେ ବଢ଼ୁ ଥିବା ମାଛ ମାନଙ୍କୁ ପ୍ରସାଦ ଓ ବିଭିନ୍ନ ପ୍ରକାର ଖାଦ୍ୟ ଖୁଆଇବା ମନୋରମ ଦୃଶ୍ୟ ଦୂର ଦୁରାନ୍ତର ରୁ ଆସୁଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି l

What's Your Reaction?

like

dislike

love

funny

angry

sad

wow