ବେଣାରବାହାଳ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ ୫୦ଟି ଦେଶୀୟ ଓ ଫଳଜ ବୃକ୍ଷ ଚାରା ରୋପଣ; ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନତାର ବାର୍ତ୍ତା
ତୁମୁଡିବନ୍ଧ: ଲୋକ ଆବାଜ୍ . ଇନ୍ (ବ୍ୟୁରୋ ରିପୋର୍ଟ)
ବୈତରଣୀ ଇନିସିଏଟିଭ୍ ଓ ଡାବର ଇଣ୍ଡିଆର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବେଣାରବାହାଳଠାରେ ୭୭ତମ ବନ ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସରରେ ୫୦ଟି ବିଭିନ୍ନ ପ୍ରଜାତିର ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏଥିରେ ଅଁଳା, ବାହାଡା, କରଞ୍ଜ, ବେଲ, ନିମ ସହ ବିଭିନ୍ନ ଫଳ ଓ ଦେଶୀୟ ପ୍ରଜାତିର ବୃକ୍ଷ ଚାରା ସାମିଲ ଥିଲା। ପରିବେଶ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଏବଂ ସବୁଜ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଫରେଷ୍ଟର ଦେବାଶିଷ ଚନ୍ଦ୍ର ରାୟ, ଚନ୍ଦ୍ରଶେଖର ଜେନା, ଫରେଷ୍ଟ ଗାର୍ଡ, ପାରା ଫରେଷ୍ଟ ଗାର୍ଡ ଓ ୱାଚରଙ୍କ ସହ ବିଦ୍ୟାଳୟର ମୁଖ୍ୟଶିକ୍ଷକ, ବାଳକୃଷ୍ଣ ବେହେରା ,ସହକାରୀ ଶିକ୍ଷକମାନେ, ସ୍କୁଲ ପରିଚାଳନା କମିଟିର ସଭାପତି ଛତିସ ବେହେରଦଳାଇ, ସ୍ଥାନୀୟ ୱାର୍ଡ ସଦସ୍ୟ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ବୈତରଣୀ ଇନିସିଏଟିଭ୍ ପକ୍ଷରୁ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ। ସେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା, ସେଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ପରିବେଶ ସଂରକ୍ଷଣରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ।
What's Your Reaction?