ବୌଦ୍ଧ ଜିଲ୍ଲାରେ ସରକାରଙ୍କ ତରଫରୁ ନିଯୁକ୍ତି ମେଳା

ସୁବର୍ଣ୍ଣପୁର:ଲୋକ ଆବାଜ.ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲାରେ ସରକାରଙ୍କ ତରଫରୁ ନିଯୁକ୍ତି ମେଳା ୨୫ ତାରିଖରେ ଟାଉନହଲ୍,ବୌଦ୍ଧ ଓ ୨୬ ତାରିଖରେ ଭୈରବୀ ଡ଼ିଗ୍ରୀ କଲେଜ, ପୁରୁଣାକଟକ ଠାରେ ସକାଳ ୯ଟାରୁ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୨୨-୨୫ ରାଜ୍ୟ ଭିତର ତଥା ବାହାରୁ ବିଭିନ୍ନ କମ୍ପାନୀ ଆସି ଯୋଗଦାନ କରି ଯୋଗ୍ୟ ପିଲାଙ୍କୁ ୧୨,୦୦୦ ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମାରେ ନିଯୁକ୍ତି ଦେବେ। ଅଷ୍ଟମରୁ +୩ ତଥା ITI/Diploma, Nursing, Pharmacy ପିଲା ଭାଗନେଇ ପାରିବେ । ସମସ୍ତ ପଢୁଥିବା କିମ୍ବା ପଢାସାରି ନିଯୁକ୍ତି ଅପେକ୍ଷାରେ ଥିବା ପିଲାମାନେ ବହୁ ମାତ୍ରାରେ ଯୋଗଦେଇ ଲାଭବାନ ହେବାକୁ ଆହ୍ଵାନ କରାଯାଉଛି।
What's Your Reaction?






