ବ୍ଲକ କଂଗ୍ରେସ ପକ୍ଷରୁ ନାରୀ ସୁରକ୍ଷା ଦାବିରେ ମହମବତୀ ଶୋଭାଯାତ୍ରା।

କଳାହାଣ୍ଡି; (ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ)
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡିଶାରେ କଂଗ୍ରେସ କର୍ମୀମାନେ ବିଭିନ୍ନ ଗାଁ ମାନଙ୍କରେ ନାରୀ ସୁରକ୍ଷା ଦାବିରେ ମହମବତୀ ଶୋଭାଯାତ୍ରା କାର୍ଯ୍ୟକ୍ରମ ଜାରୀ ରହିଛି। ଆସନ୍ତା ଏପ୍ରିଲ ୧୫ ତାରିଖ ଦିନ ୩୧୪ ଟି ବ୍ଲକ ଏବଂ ଏପ୍ରିଲ ୨୧ ତାରିଖ ଦିନ ସମସ୍ତ ଜିଲ୍ଲା ସଦରମହକୁମା ରେ ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି ।
ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ ତରଫରୁ କର୍ଲାମୁଣ୍ଡା ବ୍ଲକ ବ୍ୟବସାୟିକ କେନ୍ଦ୍ର ରିଷିଡା ଠାରେ ମହମବତୀ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀନଗର ପଡ଼ାରୁ ଶତାଧିକ ମହିଳା ଏବଂ ଗ୍ରାମବାସୀଙ୍କ ଦ୍ଵାରା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିଲା। ଏହି ଶୋଭାଯାତ୍ରାରେ ରିଷିଡା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଗୋବର୍ଦ୍ଧନ କୁମାର ଏବଂ ଯୁବ ନେତା ମାର୍କଣ୍ଡ ସାହୁ ଙ୍କ ନେତୃତ୍ବରେ ନାରୀ ସୁରକ୍ଷା ଦାବିରେ ସ୍ଲୋଗାନ ଦେବା ସହ ବିଜେପି ସରକାର ବିରୋଧ ଗର୍ଜି ଥିଲେ। ଶୋଭାଯାତ୍ରାରେ କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସୁରେଶ ଚୋୖଧୁରୀ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାଜକିଶୋର ମିଶ୍ର,ବୋରପଦର ଗ୍ରାମପଞ୍ଚାୟତ ର ପୂର୍ବତନ ସରପଂଚ ଦୟା ମାଝୀ ଉପସ୍ଥିତ ଥିଲେ। ବ୍ଲକ କଂଗ୍ରେସ ର ଏହିଭଳି କାର୍ଯ୍ୟକ୍ରମ ପ୍ରତି ଜନ ସମର୍ଥନ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ପରିଲକ୍ଷିତ ହେଉଛି
What's Your Reaction?






