ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Dec 21, 2024 - 20:02
 0  17
ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କଳାହାଣ୍ଡି:୨୦/୧୨ଲୋକ ଆବାଜ ଇନ(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):

-କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପରିସରରେ ଭାରପ୍ରାପ୍ତ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାଏକ ଙ୍କ ନେତୃତ୍ବରେ ଆଜି ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମ, ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା, ଜିଲ୍ଲା ସାମାଜିକ ସମ୍ପ୍ରସାରଣ ଅଧିକାରୀ ବିରେନ୍ଦ୍ର କୁମାର କହଁର, ବ୍ଲକ ଭାରପ୍ରାପ୍ତ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାଏକ,କଳାହାଣ୍ଡି ଜିଲ୍ଲା ଭିନ୍ନ କ୍ଷମ ସମିତି ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ , ଉପଦେଷ୍ଟା ଜିଲ୍ଲା ଭିନ୍ନ କ୍ଷମ ସମିତି କର୍ମକର୍ତ୍ତା ବିଷ୍ଣୁ ମହାରଣା, ବରିଷ୍ଠ ଯୋଗ ଦେଇ ସନ୍ଥକବି ଭୀମ ଭୋଇ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଅନୁଷ୍ଠାନୀକ ଭାବେ ଉଦଘାଟନ କରିଥିଲେ। ଏଥିରେ ପଞ୍ଜିକରଣ ହୋଇ ଥିବା ଶାରୀରିକ ଭିନ୍ନ ଭିନ୍ନ ୧୬୨, ମାନସିକ ୩୦,ଚକ୍ଷୁ ରୋଗ ୦୨,ମୂକ ଓ ବଧିର ୩୬ ଓ ଅନ୍ୟାନ୍ୟ ୦୨ , ସମୂଦାୟ ପଞ୍ଜିକରଣ ୨୩୨ ଜଣ କରିଥିବା ବେଳେ ବସ ପାସ ୬୯ ଓ ଟ୍ରେନ ପାସ ୩୬ କରିଥିବା ବେଳେ ଉପକରଣ ୧୦ ଗୋଟି ସହାୟତା କରିଥିଲେ। ଏହି ଶିବିରରେ ମ, ରାମପୁର ବ୍ଲକ ର ୧୯ ଗୋଟି ପଞ୍ଚାୟତ ର ଭିନ୍ନ କ୍ଷମ ଯୋଗ ଦେଇଥିଲେ ଓ ସମସ୍ତ ଭିନ୍ନ କ୍ଷମ ଖାଇବା ବ୍ୟବସ୍ଥା କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା ସମ ସମେତ ବ୍ଲକ ର ସମସ୍ତ କର୍ମଚାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମସ୍ତ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow