ମହା ଶିବରାତ୍ରୀ ପାଳନ ଅବସରରେ ପଞ୍ଚ ରଥ ଶୈବ ପୀଠ ରେ ଭଜନ ସମାରୋହ

Feb 27, 2025 - 19:34
 0  18
ମହା ଶିବରାତ୍ରୀ ପାଳନ ଅବସରରେ ପଞ୍ଚ ରଥ ଶୈବ ପୀଠ ରେ ଭଜନ ସମାରୋହ
ମହା ଶିବରାତ୍ରୀ ପାଳନ ଅବସରରେ ପଞ୍ଚ ରଥ ଶୈବ ପୀଠ ରେ ଭଜନ ସମାରୋହ

ମହା ଶିବରାତ୍ରୀ ପାଳନ ଅବସରରେ ପଞ୍ଚ ରଥ ଶୈବ ପୀଠ ରେ ଭଜନ ସମାରୋହ

ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

ଗତ କାଲି ରାତି ୮ ଘଣ୍ଟା ରେ ସୁବର୍ଣ୍ଣପୁର ଶ୍ରୀ ପଞ୍ଚରଥ ଶୈବ ପୀଠ ରେ ମହା ଶିବରାତ୍ରୀ ପାଳନ ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାତାଳୀ ଶ୍ରୀକ୍ଷେତ୍ର ଭଜନ ସମାରୋହ କାର୍ଯ୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇଛି l ମନ୍ଦିର କମିଟି ସଭାପତି ମନ ବୋଧ ଭୋଇ ଙ୍କ ଅଧ୍ୟକ୍ଷତାରେ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ତ୍ୱl ବଧାନ ରେ ଓ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସଭା ରେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ , ଚିଫ୍ ସି ଏସ ଓ ନୀରୋଧ ରଂଜନ ଦାଶ , ସମାଜ ସେବୀ ବତ୍ସମଲିକ , କଇରୁ ସ୍ବାଇଁ, ପଠାନ କୁମାର ପଣ୍ଡା ଯୋଗ ଦେଇ ପ୍ରଭୂ କୃପା ଲାଭ କରି ଥିଲେ l ଓ ଅତିଥି ମାନଙ୍କୁ ଓ କଳାକାର ପଦ୍ମ ଲୋଚନ ସାହୁ ଙ୍କୁ କମିଟି ସଂପାଦକ ପୀୟୂଷ ପଣ୍ଡା ସମ୍ବର୍ଧିତ କରିଥିଲେ l ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଟ୍ରୁପ୍ କଳାକାର ଆଶିଷ ଓ ସୃଷ୍ଟିକା ବାପ ଝିଅ ଯୋଡ଼ି ଙ୍କ *ହର ହର ଶମ୍ଭୁ* ସଂଗୀତ ସୁଦର୍ଶନ, ମଣ୍ଟୁ, ପଦ୍ମ ଲୋଚନ, ଅର୍ପିତା ସାଙ୍କେତିକା ପ୍ରମୁଖ କଳାକାର ଙ୍କ ସୁମଧୁର ସଙ୍ଗୀତ ଓ ଅତିଥି ସି ଏସ ଓ ଶ୍ରୀ ଦାଶ ଙ୍କ *ନୀଳା ଚଳ ଧାମ ଯାଇ ମୁଁ ପାରୁନି ଏଠୁ କରୁଛି ଦଣ୍ଡବତ ହେ ଜଗନ୍ନାଥ* ସଂଗୀତ ଦର୍ଶକ ଙ୍କୁ ବିମୁଗ୍ଧ କରିଥିଲା l କାର୍ତ୍ତିକ, ଚିଁଣ୍ଟୁ,ଓ ବିମଲ୍ ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିଲେ l କମିଟି ର ବରିଷ୍ଠ ସଦସ୍ୟ ନିରଞ୍ଜନ ତ୍ରୀପାଠୀ, ଶେଷ ଦେବ ମେହେର, ଲଡୁ କିଶୋର ମଲ୍ଲିକ, ରଂଜିତ ସାହୁ, ବିକାଶ ପଣ୍ଡା, ରବି ଦେହୁରୀ, ଦିଲ୍ଲୀପ , ସିପୁନ, ଗଣେଶ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଶହ ଶହ ମହିଳା ଦର୍ଶକ ଭଜନ ସନ୍ଧ୍ୟା କାର୍ଯ୍ଯ କ୍ରମ କୁ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ l ଏବର୍ଷ ଏହି ଶୈବ ପୀଠ ର ସାଜ ସଜ୍ଜା ଖୁବ୍ ଆକର୍ଷଣୀୟ ହୋଇଥିଲା l

What's Your Reaction?

like

dislike

love

funny

angry

sad

wow