ରିଷିଡା ବାପୁଜୀ ହାଇସ୍କୁଲରେ ପିଏମଶ୍ରୀ ମେଳା ସୃଜନଶୀଲତାର ବିକାଶ ଛାତ୍ରଛାତ୍ରୀ ଙ୍କ ଧ୍ୟେୟହେଉ

Jan 13, 2026 - 21:33
 0  142
ରିଷିଡା ବାପୁଜୀ ହାଇସ୍କୁଲରେ ପିଏମଶ୍ରୀ ମେଳା ସୃଜନଶୀଲତାର ବିକାଶ ଛାତ୍ରଛାତ୍ରୀ ଙ୍କ ଧ୍ୟେୟହେଉ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)

 କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ପିଏମଶ୍ରୀ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ପିଏମ୍ ଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ଶିକ୍ଷାଧିକାରୀ ବାଞ୍ଛାନିଧି ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟଅତିଥି, ସରପଞ୍ଚ ସେବତୀ ରଣା, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର, ବାଞ୍ଜିପଦର ଉନ୍ନୀତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରୂପାଚନ୍ଦ୍ର ସାହୁ, କୋଶଳୀ କ୍ଲବ ଜିଲ୍ଲା ସଂଯୋଜକ ସୁଭମ କୁମାର ଦାସ, ପରିଚାଳନା ସମିତି ସଭାପତି ସଚ୍ଚିଦାନନ୍ଦ ନାଏକ, ହୀରକ ଜୟନ୍ତୀ ପାଳନ କମିଟି ସଭାପତି ନେମିଚାନ୍ଦ ଜୈନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କର ସୃଜନଶୀଳତାର ବିକାଶ, ଆତ୍ମନିର୍ଭରଶୀଳତା, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପେଯାଗୀତା, କ୍ରୀଡାଓପାଠ୍ୟପୁସ୍ତକ ପ୍ରତି ଆଗ୍ରହପ୍ରକାଶ, ଇତିହାସକୁ ଜାଣିବା, ମହାମହିଷୀଙ୍କ ସ୍ମରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ସର୍ବୋପରି ଶିକ୍ଷାୟତନର ଶ୍ରୀବୃଦ୍ଧି କରିବା ପିଏମଶ୍ରୀ ମେଳାର ଆଭିମୁଖ୍ୟ ବୋଲି କହିଥିଲେ।ମେଳା ରେ ପ୍ରଧାନଶିକ୍ଷୟତ୍ରୀ ଦିପ୍ତିମୟୀ ଦୋରା ଉଦ୍ଦେଶଜ୍ଞାପନ ଓ ସ୍ୱାଗତ ଅଭୀଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ମନୋଜ କୁମାର ସୁନା ସଭା ସଂଯୋଜନା କରିଥିଲେ ।

ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସାହିତ୍ୟ ସୃଜନୀ, ଜିଜ୍ଞାସା, ଦୋକାନବଜାର, କୌଶଲୀ ଉପରେ ଏକାଧିକ ଷ୍ଟଲ ଖୋଲିଥିଲେ । ଅତିଥି ମାନଙ୍କ ଦ୍ଵାରା ସାହିତ୍ୟ ସୃଜନୀ ଧର୍ମୀ ପତ୍ରିକା ନିର୍ଝରୀ ପୁସ୍ତିକା ଉନ୍ମୋଚନ ହୋଇଥିଲା ଉଦଯାପନୀ ସମାରୋହ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ବିରେନ୍ଦ୍ର ଆଚାର୍ଯ୍ୟ, ବିଦ୍ୟାଳୟର ପୁତାରନ ଛାତ୍ର ତଥା ହୀରକ ଜୟନ୍ତୀ ପାଳନ କମିଟି ସଂପାଦକ ଅଶୋକ ତ୍ରିପାଠୀ, ସମାଜସଂସ୍କାରକ ବାବା ଭଗବାନ ସାହୁ ମଧ୍ୟ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ସାଗର ରଣା, ମେନେଜର ହରିଜନ, ଅଭିମନ୍ୟୁ ରଣା, ସୁଶାନ୍ତ ସେଠ, ମୁଖିରାମ କମ୍ପ,ରାଜେଶ ପାତ୍ର ଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ପରିଚାଳନା ସଭ୍ୟ ସଭ୍ୟା ସହ ଯୋଗ କରିଥିଲେ । ପ୍ରଦର୍ଶନୀ ଷ୍ଟଲରେ ବିଚାରକ ଭାବେ ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗହୀର, ବାଞ୍ଜିପଦର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ, ଶୋଭାରାଣୀ ସିକଚାନ୍ଦ, ସୁନୀତା ପାତ୍ର, ଶୁଭମ କୁମାର ଦାସ, ମର୍କଟ 

What's Your Reaction?

like

dislike

love

funny

angry

sad

wow