ଶାଗୁଆନ ଗଣ୍ଡି ଜବତ, ଦୁଇ ଗିରଫ

କଣ୍ଟାମାଳ ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)
ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜବରପଦର ସେକ୍ସନ ଅନ୍ତର୍ଗତସାନ ଝାର ମୁଣ୍ଡା ରକ୍ଷିତ ଜଙ୍ଗଲ ରେ ବନ ବିଭାଗ ଚଡାଉ କରି ଆଠ ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରିଛି l 2ଜଣ କାଠ କାଟୁଥିବା ଅଭିଯୋଗ ରେ 2ଅଭିଯୁକ୍ତ ସୁବଳ ଗୁରୁ ଓ ଦଶରଥ ଦ୍ୱାରି ଙ୍କୁ ଗିରଫ କରାଯାଇଛି l କାଠ କାଟୁଥିବା ସମ୍ପର୍କ ରେ ଆଗୁଆ ସୂଚନା ପାଇ ବନପାଳ ବୁଲିବେହେରା ଙ୍କ ନେତୃତ୍ୱରେ ବନ କର୍ମ ଚାରୀମାନେ ସେଠାରେ ପହଁଚି 8ଖଣ୍ଡ ସାବୁନ ଗଣ୍ଡି ଜବତ କରି 2ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା l ବନପାଳ ବୁଲିବେହେରା ଙ୍କ ସହ ଫରେଷ୍ଟ ଗାର୍ଡ ଜ୍ୟୋତି ରଞ୍ଜନ ବାରିକ, ୱାଚର ସତ୍ୟ ମହାକୁଡ଼, ରଞ୍ଜନ ବେହେରା, ତୋଫାନ ମହାକୁଡ଼ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ l ବନବିଭାଗ ପକ୍ଷରୁ ମାମଲା ରୁଜୁ ସହ ଆସନ୍ତାକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନପାଳ ବୁଲି ବେହେରl କହିଛନ୍ତି l
What's Your Reaction?






