ସମସ୍ୟା ରେ  ବାଡ଼ୁସୀ ଗ୍ରାମବାସୀ l ଶାସନ ପ୍ରଶାସନ ପ୍ରତିଶୃତି ଦେଇ କରି ଛନ୍ତି ପ୍ରତାରଣା l ବର୍ତ୍ତମାନ ର ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ନିବେଦନ କଲେ ଗ୍ରାମବାସୀ l

Oct 19, 2024 - 17:44
 0  58
ସମସ୍ୟା ରେ  ବାଡ଼ୁସୀ ଗ୍ରାମବାସୀ l ଶାସନ ପ୍ରଶାସନ ପ୍ରତିଶୃତି ଦେଇ କରି ଛନ୍ତି ପ୍ରତାରଣା l ବର୍ତ୍ତମାନ ର ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ନିବେଦନ କଲେ ଗ୍ରାମବାସୀ l

ବାଲିଗୁଡ଼ା : ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ମୌଳିକ ସମସ୍ୟା ରେ ଜର୍ଜରିତ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ କୋଟଗଡ଼ ବ୍ଲକ ର ଅନେକ ଗାଁ କୁ ରାସ୍ତା ସ୍ୱଚ୍ଛ ପାନୀୟ ଜଳ ଓ ବିଜୁଳି ଆଲୋକ ବ୍ୟବସ୍ଥା ନାହିଁ l ଅନେକ ଗାଁ କୁ ପକ୍କା ରାସ୍ତା ନଥିବାରୁ ଯାତାୟତ ପାଇଁ ସମସ୍ୟାରେ ସମ୍ମୁଖିନ  ଭୋଗୁଛନ୍ତି ଅଞ୍ଚଳବାସୀ। ଏଭଳି ଅଭାବନୀୟ ପରିସ୍ଥିତିରେ ଦେଖିବାକୁ ମିଳିଛି ବାଲିଗୁଡ଼ା  ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାରିଗଡ଼ ଗ୍ରାମ ପଞ୍ଚାୟତରେ  ବାଡ଼ୁସୀ ଗାଁ ରେ l ପlରିଗଡ଼ ଗ୍ରାମ ପଂଚାୟତ ସୀତାଗୁଡା ଗାଁ ଠାରୁ ବାଡ଼ୁସୀ ଗାଁକୁ ଯିବାକୁ ହେଲେ ହେଲେ ଦୀର୍ଘ ୮ କିଲୋମିଟର ପାହାଡ଼, ବନ୍ଧୁର ରାସ୍ତା ଅତିକ୍ରମ କରିବାକୁ ପଡ଼େ । କେନ୍ଦ୍ର ଓ ରାଜ୍ୟ ସରକାର  ଗମନାଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ସବୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି ବାଡ଼ୁସୀ ଗ୍ରାମବାସୀ। ସୁଚନା ଅନୁଯାୟୀ ଉକ୍ତ ଗ୍ରାମରେ ଦୀର୍ଘ ସତୁରୀ ବର୍ଷରୁ ଉର୍ଦ୍ଧ୍ବ ହେବ  ଅଶୀଏ ରୁ ଉର୍ଦ୍ଧ ପରିବାର ବସବାସ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସବୁ ସରକାରୀ ଯୋଜନା ଅପହଞ୍ଚ ରହୁ ଥିବା ଅଭିଯୋଗ ହେଉଛି l ଗାଁ ରେ ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ତୁ ବିଦ୍ୟାଳୟ କୁ ଶିକ୍ଷକ ଆସନ୍ତି ନାହିଁ, ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିଛି, ମରାମତି ଅଭାବରୁ ସ୍କୁଲ ମଧ୍ୟ ଭାଙ୍ଗି ରୁଜି ଗଲାଣି ପିଲାଙ୍କ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ,⁹ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ବାଧ୍ୟ ହୋଇ ଘଞ୍ଚ ଜଙ୍ଗଲ  ଖାଲ ଢିପ ବନ୍ଧୁର ପାହାଡ଼ ପର୍ବତ ରାସ୍ତା ଅତିକ୍ରମ ଯିବା ଆସିବା କରନ୍ତି l ବର୍ଷା ଦିନେ  ଏହାର ଅବସ୍ଥା ଦୁଇଗୁଣ ହୋଇଯାଏ  l  ଗାଁ କୁ ଆମ୍ବୁଲାସନ୍ସ ଆସିବା ଦୂରର କଥା ଦୁଇ ଚକିଆ ଯାନ ଯିବା କଷ୍ଟକର ବ୍ୟାପାର, ମେଡିକାଲ ଯିବାକୁ ହେଲେ ପ୍ରସୂତୀ ମହିଳା ଓ ରୋଗୀ ଙ୍କୁ ବାଧ୍ୟ ହୋଇ ଗାଁ ଲୋକେ ଖଟିଆ ରେ ବୋହି ନିଅନ୍ତି l ମେଡିକାଲ ନେବାବେଳେ ରୋଗୀ ଓ ପ୍ରସୂତୀ ମହିଳା ମୃତ୍ୟୁ ମୁଖରେ ପଡ଼ିଥିବା ନଜିର ରହିଛି, ଗାଁ ରେ କୂଅ ନଳକୂପ ନଥିବାରୁ ଗ୍ରାମବାସୀ ନାଳ ଓ ଚୁଆ ପାଣି ବ୍ୟବହାର କରୁଛନ୍ତି, ଗାଁ ରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଗର୍ଭବତୀ ମହିଳା ଶିଶୁ ଓ କିଶୋରୀ ବାଳିକା ସରକାର ଙ୍କ ସୁଷମ ଖାଦ୍ୟ ପାଇବାରେ ବଞ୍ଚିତ ହେଉଛନ୍ତି ଏନେଇ ଗ୍ରାମବାସୀ  ଜିଲ୍ଲା ପ୍ରଶାସନ, କୋଟଗଡ଼ ବିଡ଼ିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁ ର ଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ  ପାଇପାରି ନଥିବା କହିଛନ୍ତି ଗ୍ରାମବାସୀ । ନିର୍ବାଚନ ଆସିଲେ ଗାଁ କୁ ନେତା ଙ୍କ ସୁଅ ଛୁଟୁଛି ନିର୍ବାଚନ ସରିଗଲେ କାହାର ବି ଦେଖା  ମିଳେ ନାହିଁ ବୋଲି ଦୁଃଖ ର ସହିତ କହିଛନ୍ତି ଗ୍ରାମବାସୀ l ବର୍ତ୍ତମାନ ଲୋକଙ୍କ ସରକାର ମୋହନ ସରକାର ଆସିଥିବାରୁ ଲୋକଙ୍କ ସରକାର ଙ୍କ ପ୍ରତି ବିଶ୍ୱାସ ଓ ଭରସା ରହିଛି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆଦିବାସୀ ବହୁଳ ଗାଁ ର ମୌଳିକ ସମସ୍ୟା ପ୍ରତି ହୃଦବୋଧ କରି ଗାଁ କୁ ରାସ୍ତା ପାନୀୟ ଜଳ ଓ ବିଜୁଳି ଆଲୋକ ବ୍ୟବସ୍ଥା କରିବାକୁ ପାରିଗଡ଼ ସରପଞ୍ଚ ଆରତୀ ମଲ୍ଲିକ,ସଲମାନ ରୁପାମାଝି, ଇସାକ ରୂପାମାଝୀ, ମଧୁ ସୁଦନ ରୁପାମାଝି, ସାମନ୍ତ ନାୟକ, ଫିଲିପ ପ୍ରଧାନ ସମେତ ସମସ୍ତ ଗ୍ରାମବାସୀ ନିବେଦନ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow