ସାରଙ୍ଗଡ଼ ରେ ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ  କାନ୍ଦୁଲ ଭଜା ଯାତ୍ରା l

Mar 17, 2025 - 09:19
 0  115
ସାରଙ୍ଗଡ଼ ରେ ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ  କାନ୍ଦୁଲ ଭଜା ଯାତ୍ରା l

ବାଲିଗୁଡ଼ା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

କନ୍ଧମାଳ ଜିଲ୍ଲା ସlରଙ୍ଗଡ଼ ରେ ପାରମ୍ପରିକ  କା ନ୍ଦୁ ଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳ ରେ ଦୀର୍ଘ ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମାଆ ପାଟ୍ଟ ଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ l ସର୍ବ ପ୍ରଥମେ ମହସିଂ ଗଡ଼ରେ କାନ୍ଦୁଲ ଯାତ୍ରା ପରେ ଅନ୍ୟ ଅଞ୍ଚଳ ରେ ଯାତ୍ରା ହେବାର ଵିଧି ରହିଛି, ଧରଣୀ ପେନୁ ଯାତ୍ରା ଶେଷ ହେଲା ପରେ ଏହି ଯାତ୍ରା ଆୟୋଜିତ ହେବାର ପ୍ରଥା ରହିଛି,ପରମ୍ପାନୁଯାୟୀ ନିଆ କାନ୍ଦୂଲ ଓ ଶିମ୍ବ ମଞ୍ଜି କୁ ଭାଜି ଲିଆ ଉଖୁଡା ନଡିଆ ଭୋଗ ସହିତ ବଣୁଆ ପଳlସ ଫୁଲ ଧାଧୁନ ଫୁଲ କୁ ପୂଜାର୍ଚ୍ଚନା କରି ମାଆ ଙ୍କୁ ଅର୍ପଣ କରାଯାଏ l

ନୂଆ ବସ୍ତ୍ର ପରିଧାନ କରି ଭକ୍ତ ଓ ଶ୍ରଦ୍ଧାୁମାନେ ଏହି ପୂଜା ପରେ ଘରେ ସମସ୍ତେ ମିଳିମଶି ପ୍ରସାଦ ସେବନ କରନ୍ତି l ମାନସିକ ଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ବୋଦା ଏବଂ ଭୈରବୀ ବରାଳଦେବୀ ଙ୍କ ନିକଟରେ କୁକୁଡ଼ା ମଧ୍ୟ ବଳୀ ଦିଅନ୍ତି l ଏହା ଏକ କୃଷଭିତ୍ତିକ ପର୍ବ ଅଟେ l ପୂର୍ବରୁ ମାଆ ପାଟ ଖଣ୍ଡା ଙ୍କୁ ଆଦିବାସୀ ମାନେ ପୁଜା କରୁଥିଲେ କାଳକ୍ରମେ ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ବଂଶ ଧର ପୂଜାର୍ଚ୍ଚନା କରି ଆସୁଛନ୍ତି ଲ ହଜାର ବର୍ଷ ରୁ ଉର୍ଦ୍ଧ ହେବ ଏହି ପାରମ୍ପରିକ ଯାତ୍ରା ହୋଇ ଆସୁଛି l

ପ୍ରତ୍ୟେକ ବର୍ଷଭଳି ଚଳିତ ଫଗୁଣ ମାସ ରବିବାର ଦିନ ରେ ବାଲିଗୁଡା ଉପଖଣ୍ଡ ର ଐତିହାସିକ ଗଡ଼ ସାରଙ୍ଗ ଗଡ଼ ରେ ପ୍ରଚଳିତ ଵିଧି ଅନୁସାରେ ଗ୍ରାମ୍ୟକମିଟି ପକ୍ଷରୁ ଯାତ୍ରା ଆୟୋଜିତ ହୋଇଯାଇଛି l ରାଜା ରୁଦ୍ର ପ୍ରତାପ ସିଂ ପାତ୍ର ଙ୍କ ଉପସ୍ଥିତି ରେ ମୁଖ୍ୟ ପୂଜକ ସାମନ୍ତ ପାତ୍ର ମାଆ ଙ୍କୁ ପୂଜାର୍ଚନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସହଦେଵ ପାତ୍ର, ଅମୁଲ୍ୟ ବିଷୋୟୀ, ରୁଷି ନାଥ ବିଷୋୟୀ, ରାକେଶ କୋଠ ଦଳାଇ ଙ୍କ ସମେତ ଗାଁ ର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow