ସି ସି ଟିଭି ଆଧାର ରେ ଦୁଇ ଚୋର କୁ ଧରିଲା ପୋଲିସ, ବାଲିଗୁଡା ପୋଲିସ ର ସାମ୍ବାଦିକ ସମ୍ମିଳନୀ

ବାଲିଗୁଡା ପୋଲିସ ର ସାମ୍ବାଦିକ ସମ୍ମିଳନୀ
ବାଲିଗୁଡ଼ା:ଲୋକ୍ ଆଵାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା)
ସିସି ଟିଭି ଆଧାର ରେ ମୁଖାପିନ୍ଧା ଦୁଇ ଚୋର କୁ ଧରିଲା ପୋଲିସ l କିଛିଦିନ ହେବ ବାଲିଗୁଡା ସହର ର ଏକ ମେଡିକାଲ ଷ୍ଟୋର ର ଦୋକାନ କବାଟ ଭାଙ୍ଗି ଚୋରୀ ହୋଇଥିବା ଅଭିଯୋଗ ପରେ ଆଜି ପୋଲିସ ଦୁଇ ଚୋର କୁ ଧରିବା ରେ ସକ୍ଷମ ହୋଇଛି l ଚୋର ଙ୍କ ପାଖରୁ ନଗଦ ଦୁଇ ହଜାର ତିରିଶି ଟଙ୍କା ଗୋଟିଏ ହାତ ଘଣ୍ଟା ଓ ମୋବାଇଲ ଚାର୍ଜର ଏବଂ ଚୋରୀ କାମରେ ବ୍ୟବହୃତ ଲୁହା ଛାଡ କୁ ଜବତ ହୋଇଛି ପୋଲିସ l ବାଲିଗୁଡା ଏସ. ଡ଼ି. ପି. ଓ ରାମେରେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱ ରେ ଗଠିତ ଟିମ ରେ ଥାନା ଅଧିକାରୀ ସମ୍ବିଦ କୁମାର ସ୍ୱାଇଁ ଏ, ଏସ. ଆଇ ଉମା ଶଙ୍କର ନିଆଲ ଦୁଇ ମୁଖାପିନ୍ଧା ଚୋର କୁ ଧରି କୋର୍ଟ ଚାଲାଣ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏବଂ ବାଲିଗୁଡାପୋଲିସ ପକ୍ଷରୁ ନିୟମିତ ରାତ୍ର କାଳୀନ ପେଟ୍ରୋଲିଙ୍ଗ ଚାଲିଛି ସହର ର କେହି ବି ଭୟଭିତ ନ ହେବାକୁ ଅପିଲ କରିଛନ୍ତି ଏସ. ଡ଼ି. ପି. ଓ ରମେନ୍ଦ୍ର ପ୍ରସାଦ l
What's Your Reaction?






