*ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ଅଭିଯାନ*- *ଦେବାଳୟ ସଫେଇ କଲେ ଏଡିଏମ୍ , ପୌର ଅଧିକାରୀ ଓ ସ୍ୱେଚ୍ଛାସେବୀ*-

Apr 6, 2025 - 18:08
 0  34
*ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ଅଭିଯାନ*- *ଦେବାଳୟ ସଫେଇ କଲେ ଏଡିଏମ୍ , ପୌର ଅଧିକାରୀ ଓ ସ୍ୱେଚ୍ଛାସେବୀ*-

ସୁବର୍ଣ୍ଣପୁର, ୬/୪(ଲୋକ ଆବାଜ. ଇନ;ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିବସ ରେ ସହର ର ଦେବାଳୟ ଓ ଐତିହ ପୀଠ ଗୁଡିକୁ ସର୍ବଦା ସ୍ୱଚ୍ଛ ସୁନ୍ଦର ରଖିବାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସକାଳ ୬ ଘଟିକା ସମୟରେ ଐତିହ ପୀଠ ଶ୍ରୀ ସୁବର୍ଣ୍ଣ ମେରୁ ଓ ଶ୍ରୀ ରାମେଶ୍ବର ପୀଠ ରେ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମା ସ୍ଥିତ ଏହି ଉଭୟ ଶୈବ ପୀଠ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ , ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ ନିଜେ ଝାଡୁ କୁରାଢି ଧରି ସଫେଇ କରିଥିଲେ ଓ ସମଗ୍ର ଜିଲ୍ଲା ଓ ରାଜ୍ୟ କୁ ସ୍ଵଚ୍ଛତା ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଏଡିଏମ୍ ଶ୍ରୀ ମାଝୀ, ଓ ଶ୍ରୀମତୀ ପଧାନ ଙ୍କ ସମେତ ପୌର ଅଧିକାରୀ, ଆସିଷ୍ଟାଣ୍ଟ କଲେକ୍ଟର ରମେଶ ଗୋଛି, ଡି ପି ଓ ଶ୍ରୀ ଅର୍ଜ୍ଜୁନ ମାଝୀ, ପୌର ପରିଷଦ ଏମ ଇ -ଯଯାତୀ କେଶରୀ ପଧାନ, ଏ ଇ -କାହୁଁ ଚରଣ ସ୍ବାଇଁ, ଜେ ଇ - ତରୁଣ ମୁର୍ମୁ, ପର୍ଯ୍ୟଟନ ବିଭାଗ ଅଧିକାରୀ ସହଦେବ ମେହେର, ପୌର ପରିଷଦ କାଉନସିଲର କଇରୁ ସ୍ବାଇଁ, ଗଙ୍ଗା ତରିଆ, ସାନିଟାରୀ ଏକ୍ସପର୍ଟ ଅଜୟ ସ୍ବାଇଁ, ସୌଦାମିନୀ କୁମ୍ଭାର, ସ୍ବଚ୍ଛ ଭାରତ ସଙ୍ଗଠନ ସଭାପତି ସାୟଦ ଅଲିମୁଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ, ଲଡୁ କିଶୋର ମଲ୍ଲିକ ଙ୍କ ସମେତ ସମସ୍ତ ସ୍ବେଚ୍ଛାସେବୀ, ଦିବ୍ୟ ଉର୍ଯ୍ୟା ଯୋଗ ସମିତି ର ସଂଯୋଜକ ମନୋଜ ପଣ୍ଡା, ରବୀନ୍ଦ୍ର ଜେନା ଓ ଜିଲ୍ଲା ପ୍ରଶାସନ , ପୌର ପ୍ରଶାସନ ର ସମସ୍ତ କର୍ମଚାରୀ , ବୁଦ୍ଧିଜୀବି, ମିଡିଆ ଓ ସ୍ୱେଚ୍ଛାସେବୀ ଯୋଗ ଦେଇ ସହର ଓ ଦେବାଳୟ ଗୁଡ଼ିକୁ ସ୍ୱଚ୍ଛ ସୁନ୍ଦର ରଖିବାକୁ ସଂକଳ୍ପ ନେଇଥିଲେ l ପୌର ପରିଷଦ ଅଧିକାରୀ ଶ୍ରୀ ଋଷି ମାଝୀ ଙ୍କ ତତ୍ତ୍ଵl ବଧାନ ରେ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍ୱଚ୍ଛ ଭାରତ ସଂଗଠନ ର ଉପଦେଷ୍ଟା ପ୍ରମୋଦ କୁମାର ସାହୁ , ସଂଯୋଜକ ମନୋରଞ୍ଜନ ତ୍ରୀପାଠୀ ପରିଚାଳନା ରେ ସହଯୋଗ କରିଥିଲେ l ସ୍ବଚ୍ଛ ଭାରତ ସଙ୍ଗଠନ ର ବରିଷ୍ଠ ସଦସ୍ୟ ନରସିଂହ ବର୍ଗି, ପ୍ରତାପ ଦାଶ, ନାରାୟଣ ରଥ, ଜୟନ୍ତ ବେହେରା, ଜୟ ନାରାୟଣ ସାହୁ, କ୍ରିଷ୍ଣା ମେହେର, ତ୍ରିଲୋଚନ ତରିଆ , ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ଡ଼ା ସରୋଜ ପଟେଲ, ତରଣୀ ମେହେର, ଶୁଶାନ୍ତ ସାହୁ ପ୍ରମୁଖ ସ୍ବେଚ୍ଛାସେବୀ ଓଡ଼ିଆ ପକ୍ଷ ପାଳନ ର ପ୍ରଶାସନ ର ବିଭିନ୍ନ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow