ସୁବର୍ଣ୍ଣପୁର ପୌର ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ

ସୋନପୁର: ଲୋକ୍ ଆବାଜ୍ .ଇନ୍ ( ମନୋରଞ୍ଜନ ତ୍ରିପାଠୀ)
:-ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ରେ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ ଯୋଗ ଦେଇ ପତାକା ଉତ୍ତୋଳନ କରି ସହର ର ବିକାଶ ପାଇଁ ସମସ୍ତ ଙ୍କ ସହାଯୋଗ ଲୋଡିଥିଲେ l ସମ୍ମାନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ତଥା ତରଭା ବିଡ଼ିଓ ଅନିଲ କୁଲ୍ଲୁ, ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ , ପୌର ଉପାଧ୍ୟକ୍ଷl ମଲ୍ଲିକା ଦାନି, ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ଅଭିମନ୍ୟୁ କୁଶଳ, ସାଂସଦ ପ୍ରତିନିଧି ଶିବରାମ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରେଷ୍ଠ ସ୍ୱଚ୍ଛ ସାଥୀ, ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସମସ୍ତ କାଉନସିଲର୍ ଓ ସହର ର ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ସାମ୍ୱାଦିକ, ପୌର କର୍ମଚାରୀ ଙ୍କ ସମେତ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରଯାଇଥିବା ବେଳେ ସୋନପୁର କଲେଜ୍ ଏନ୍ ସି ସି, ମହିଳା ମହାବିଦ୍ୟାଳୟ ର ଛାତ୍ରୀ ଓ ମହାରାଜା ହାଇସ୍କୁଲ ଏନ୍ ସି ସି ଛାତ୍ର ଛାତ୍ରୀ ଏଠାରେ ଯୋଗ ଦେଇଥିଲେ l
What's Your Reaction?






