ସୁଭଦ୍ରା ରଥ ଙ୍କୁ ଲଣ୍ଡାଗାଁ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

Sep 12, 2024 - 13:54
 0  10
ସୁଭଦ୍ରା ରଥ ଙ୍କୁ ଲଣ୍ଡାଗାଁ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବାଲିଗୁଡ଼ା:ଲୋକ୍ ଆବାଜ୍‌.ଇନ୍‌(ପ୍ରମୋଦ କୁମାର ଦଣ୍ଡସେନାଙ୍କ ରିପୋର୍ଟ)

କଂଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଗ୍ରାମ ର ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗ୍ରାମବାସୀ ସାମିଲ୍ ହୋଇଥିଲେ l ରାଜ୍ୟ ସରକାର ୨୧ରୁ ୫୯ ବୟସ୍କ ମହିଳା ଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଶୁଭଦ୍ରା ଯୋଜନା ମାଧ୍ୟମ ରେ ୫୦ ହଜାର ଟଙ୍କା ବ୍ୟାଙ୍କ ଏକାଉଣ୍ଟ୍ ଜରିଆରେ ଦେବାପାଇଁ ସ୍ଥିର କରାଯାଉଛି l ବର୍ତ୍ତମାନ ଚାରିଆଡ଼େ ଫର୍ମ ପୂରଣ ଚାଲିଛି lଗାଁ ଗାଁ ରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶୁଭଦ୍ରା ରଥ ଗଡୁଛି l ଏହି ଅବସରରେ ବିଜେପି ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଗ୍ରାମ ପଞ୍ଚାୟତ ର କାର୍ଯ୍ଯ ନିର୍ବାହୀ ଅଧିକାରୀ ବିପିନ କହଁର , ସମାଜ ସେବୀ ଅଭିରାମ ରଣା, ଜି ଆର ଏସ ଆଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow