ସlକୁଶବାଲି ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣଜୟନ୍ତୀ

Apr 20, 2025 - 10:11
 0  75
ସlକୁଶବାଲି ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣଜୟନ୍ତୀ

ବାଲିଗୁଡା: (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ ଲୋକବାଜ.ଇନ)   

ସlକୁଶବାଲି ଉଚ୍ଚ ବିଦ୍ୟାଳୟ କୁ ପଚାଶ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣଜୟନ୍ତୀ ଅନୁଷ୍ଠିତ l କ. ନୂଆଗାଁ ବ୍ଳକ ଆଡିମାହା ଗ୍ରାମପଞ୍ଚାୟତ ର ସକୁଶବାଲି ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଧୁମ ଧାମ ରେ ପାଳିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ଦାସ, ସମ୍ମାନିତ ଅତିଥିଭାବେ କ. ନୂଆଗାଁ ବିଡ଼ିଓ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ,ଗୋଷ୍ଠୀ ସାଧନ ଅଧିକାରୀ ଚୈତନ୍ୟ କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ମଳିକ, କ. ନୂଆଗାଁ ବ୍ଳକ ଅଧକ୍ଷl ସୁଲୋଚନା ଦଳ ବେହେରା, ଉପାଧ୍ୟାକ୍ଷ ଧବଳେଶ୍ୱର ପାତ୍ର ଜ଼ିଲ୍ଲା ପରିଷଦ ସଭ୍ୟ ଅନିତା ମଳିକ, ସରପଞ୍ଚ ଶାନ୍ତି ମଳିକ, ସରପଞ୍ଚ ଶ୍ରୀଚନ୍ଦ୍ର ମଳିକ, ସମିତି ସଭ୍ୟ ପଦ୍ମ ଲୋଚନ ପାତ୍ର ପ୍ରମୁଖ ମଂଚାସୀନ ଥିଲେ l

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶଙ୍କରସଣ ରାଉତ ଅଧକ୍ଷତା କରିଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭ ରୁ ମୁଖ୍ୟ ଅତିଥି ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ର ତାଳେ ତାଳେ ପାଛୋଟି ନିଆଯାଇ ଥିଲା ଏବଂ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଥିଲା l ମୁଖ୍ୟ ଅତିଥି ନିଜ ଅଭିଭାଷଣ ରେ ଗୁଣାତ୍ମକ ଶିକ୍ଷା ଅର୍ଜନ କରି ସେବାରେ ନିଜକୁ ସମର୍ପିତ କରିବାକୁ ଛାତ୍ର ଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସୁଦୂର ପ୍ରସାରି ଯୋଜନା ସମ୍ବନ୍ଧରେ ଅବଗତ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଆମନ୍ତ୍ରିତ ଅତିଥିଗଣ ପୁରସ୍କାର ବଣ୍ଟନ କରାଯାଇ ଥିଲା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l 

What's Your Reaction?

like

dislike

love

funny

angry

sad

wow