ଅଜଣା ପିକଅପ ଭ୍ୟାନ ଧକ୍କା ରେ ବାପା ପୁଅ ମୃତ୍ୟୁ ..... ଗାଁ ରେ ଶୋକାକୁଳ ପରିବେଶ l

Jun 9, 2025 - 18:42
 0  4
ଅଜଣା ପିକଅପ ଭ୍ୟାନ ଧକ୍କା ରେ ବାପା ପୁଅ ମୃତ୍ୟୁ ..... ଗାଁ ରେ ଶୋକାକୁଳ ପରିବେଶ l

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ) 

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଅଭାବନୀୟ ଘଟଣା l ଅଜଣା ଗାଡି ଧକ୍କା ରେ ବାପା ପୁଅ ମୃତ୍ୟୁ ଗାଁ ରେ ଶୋକାକୁଳ ପରିବେଶ l ସୂଚନା ଅନୁଯାୟୀ ଗତ ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ସିର୍ଶୀପାଙ୍ଗା ଗାଁ ର ବାପା ହେମ କହଁର ପୁଅ ନୀଳକଣ୍ଠ କହଁର ବାଇକ ଯୋଗେ ରାଇପଙ୍ଗା ଗାଁ କୁ ଯାଇ ଘରକୁ ଫେରୁଥିବା ବେଳେ ଗାଲୀଗୁରା ଘାଟି ରେ ଏକ ଅଜଣା ଗାଡି ଧକ୍କା ଦେବାରୁ ବାପା ହେମ କହଁର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପୁଅ ନୀଳକଣ୍ଠ ଙ୍କୁ ବାଲିଗୁଡା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ରେଫର କରାଯାଇ ଥିଲା, ଚିକିତ୍ସାଧୀନ ଅବସ୍ଥାରେ ନୀଳକଣ୍ଠ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l 

ଫୁଲବାଣୀ ଟାଉନ ଥାନା ପୋଲିସ ଏବଂ ବାଲିଗୁଡା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଈଁ ପଠାଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି l ଆମ୍ବୁଲାନ୍ସ ବିଳମ୍ବ ରେ ପହଞ୍ଚିବା ଯୋଗୁଁ ଦୁଇ ନିରୀହ ଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଘଟଣା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l 

What's Your Reaction?

like

dislike

love

funny

angry

sad

wow