ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଙ୍କ ଦୁଇ ଦିନିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ :

Oct 5, 2024 - 20:06
 0  15
ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଙ୍କ ଦୁଇ ଦିନିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ :

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ (ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ଜିଲ୍ଲା ନୋଡାଲ ଅଧିକାରୀ ତଥା ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଦୁଇ ଦିନିଆ ସୁବର୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରି ବିଭିନ୍ନ ଉନ୍ନୟନ ତଥା ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତାର କ୍ଷେତ୍ର ପରିଦର୍ଶନ କରିଛନ୍ତି।ସେ ଗସ୍ତର ପ୍ରଥମ ଦିନ ତା ୦୩/୧୦/୨୪ ରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ରଥପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷା ଓ ଶିକ୍ଷା ଦାନ ସମ୍ପର୍କରେ ପଚାରି ଥିଲେ। ପରେ ଟାଙ୍ଗରସାହି ପ୍ରସ୍ତାବିତ ପଞ୍ଚସଖା ଶିକ୍ଷା ସେତୁ ୟୁପି ସ୍କୁଲରେ ପହଞ୍ଚି ସ୍କୁଲର ଶୈକ୍ଷିକ ବାତାବରଣ ସହ ଶିକ୍ଷା ଦାନ ଉପରେ ପଚାରିବୁଝିଥିଲେ। ବ୍ଲକ ସ୍ଥିତ ରଥୀପଡ଼ା ବୁଣାକାର ସୁବିଧା କେନ୍ଦ୍ର ପରିଦର୍ଶନ କରି ଜଗନ୍ନାଥ ଉତ୍ପାଦ ଗୋଷ୍ଠୀଙ୍କ ସହ ହସ୍ତତନ୍ତ ଉପରେ ଭାବବିନିମୟ କରିଥିଲେ। ବାଗବାର ଠାରେ ହରିହର ଜୋର ଉପରେ ସେତୁବନ୍ଧନ ଯୋଜନାରେ ନିର୍ମାଣଧୀନ ବ୍ରିଜ ର ଅଗ୍ରଗତି ଉପରେ ଅନୁଧ୍ୟାନ କରିଥିଲେ। ପୁନଶ୍ଚ ନୋଡାଲ ଅଧିକାରୀ ଲାତୁରପେଟ ସ୍ଥିତ ସୌଦାମିନୀ ଛତୁ ଓ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ତତ୍ପରେ ନିକଟରେ ଥିବା ବିଦ୍ୟୁତ ଗ୍ରୀଡ଼ ସବ ଷ୍ଟେସନ ପରିଦର୍ଶନ ସାରି ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ଚିକିତ୍ସିତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଉପରେ ବାର୍ତ୍ତାଳାପ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଗସ୍ତର ଦ୍ଵିତୀୟ ଦିନରେ ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ପେକ୍ସ ପରିଦର୍ଶନ କରି କୃଷି ଓ କୃଷକଙ୍କ ନିମିତ୍ତ ଜନକଲ୍ୟାଣ ଯୋଜନାର ସହ ଧାନ କିଣା ବ୍ୟବସ୍ଥାର ସ୍ଥିତି ଓ ବ୍ୟବସ୍ଥା ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ବିନିକା ବ୍ଲକ ଅନ୍ତର୍ଗତ ବାଉଁସୁଣୀ ଠାରେ ସ୍ଥାପିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଅଗ୍ରଗତିର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହା ଦ୍ୱାରା ୬ଟି ପଞ୍ଚାୟତର ୨୬ଗୋଟି ଗ୍ରାମର ବାସିନ୍ଦା ଉପକୃତ ହେବେ। ପରେ ବିନିକାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ଉପରେ ପଚାରିଥିଲେ। ସେଇଠୁ ନୋଡାଲ ଅଧିକାରୀ ରୁଗୁଡ଼ିପାଲି ଅଙ୍ଗନୱାଡି କେନ୍ଦ୍ର ଠାରେ ସ୍ୱୟଂ ସହାୟକ ସଦସ୍ୟା, ସୁଭଦ୍ରା ହିତାଧିକାରୀ ତଥା ପୋଷଣ ହିତାଧିକାରୀ ଓ ସୁଭଦ୍ରା ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଶିଶୁଙ୍କସହ ଭାବବିନିମୟ କରିଥିଲେ । ତତପଶ୍ଚାତ ହରଡ଼ଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏନ ଏସ ଏ ପି ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ପେନସନ ବ୍ୟବସ୍ଥା ଉପରେ ପଚାରିଥିବା ବେଳେ ସ୍ଥାନୀୟ ଖାଉଟିଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ର ନିଶ୍ଚିତ ଉପଲବ୍ଧତା ଓ ବ୍ୟାଙ୍କିଙ୍ଗ ସୁବିଧା ଉପରେ ପଚାରି ବୁଝିଥିଲେ। ସେ ପରେ ସାଗରପାଲି ସ୍ଥିତ ସମ୍ପଦ ମେହେର ଙ୍କ ହସ୍ତ ତନ୍ତ କେନ୍ଦ୍ର ପରିଦର୍ଶନ କରି ସ୍ଥାନୀୟ, ସୋନପୁରୀ,ସମ୍ବଲପୁରୀ, ପାଟଶାଢ଼ୀ, ପାଟବସ୍ତ୍ର ର ଉତ୍ପାଦ ଓ ବଜାରୀକରଣ ଉପରେ ଆଲୋଚନା କରିଥିଲେ। ଶେଷରେ ଖଲିଆପାଲି ୟୁ ପି ସ୍କୁଲ ରେ ପହଞ୍ଚି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷା ଦାନ ଓ ମଧ୍ୟାହ୍ନ ଭୋଜନ ସମ୍ବନ୍ଧରେ ପଚାରି ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ଅପରାହ୍ନ ରେ ଜିଲ୍ଲା ନୋଡାଲ ଅଧିକାରୀ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ସିଟି ଓ ଜିଏସଟି ଅଧିକାରୀଙ୍କ ବୈଠକରେ ଯୋଗଦାନ କରି ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପରେ ଜିଲ୍ଲା ନୋଡାଲ ଅଧିକାରୀ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ।

What's Your Reaction?

like

dislike

love

funny

angry

sad

wow