ଓ ଏ ଏସ ଅଫିସର ସାମ୍ୱାଦିକ ବିବାଦ ରେ ଆଇ ଜି ହିମାଂଶୁ ଲାଲ ଙ୍କ ତଦନ୍ତ ଆରମ୍ଭ

Nov 7, 2024 - 13:05
 0  7
ଓ ଏ ଏସ ଅଫିସର ସାମ୍ୱାଦିକ  ବିବାଦ ରେ ଆଇ ଜି ହିମାଂଶୁ ଲାଲ ଙ୍କ ତଦନ୍ତ ଆରମ୍ଭ

 ସୋନପୁର: ଲୋକ ଆବାଜ.ଇନ୍(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)

ସୋନପୁର ସଦର ବିଡିଓ ଓ ସାମ୍ବାଦିକ ବିବାଦ ମାମଲାରେ ଗତ କାଲି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସୁବର୍ଣ୍ଣପୁର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲା ପୁଲିସ ମୁଖ୍ୟାଳୟରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ l ବ୍ଲକ କର୍ମଚାରୀ ଜିଲା ସଦର ମହକୁମାର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଆଇଜି ଏଠାରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିବା ପରେ ବ୍ଲକ ଅଞ୍ଚଳର ସମସ୍ତ ବର୍ଗର କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧ୍, ବ୍ଲକର ଇଞ୍ଜିନିୟରର୍ସ ସଂଘ ଆଦି ଜିଲା ପୁଲିସ ମୁଖ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ସମର୍ଥନ ରେ ମତ ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଡିଓଙ୍କୁ ସମର୍ଥନ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଆଇଜିଙ୍କ ତଦନ୍ତର ସମ୍ମୁଖୂନ ହେବା ଆଲୋଚନାର ବିଷୟ ହୋଇଛି। ସାମ୍ୱାଦିକ ଙ୍କ ସମର୍ଥନ ରେ ଗତ କାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ସାମୂହିକ ଆନ୍ଦୋଳନ ହୋଇଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଉକ୍ତ ସଂଘ ପକ୍ଷରୁ ଆନ୍ଦୋଳନ ବ୍ୟାପି ଥିବା ଜଣା ପଡ଼ିଛି l

What's Your Reaction?

like

dislike

love

funny

angry

sad

wow