ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଶିଶୁ ଦିବସ ଓ ବିଜ୍ଞାନ ମେଳା

Nov 14, 2024 - 18:53
 0  11
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଶିଶୁ ଦିବସ ଓ ବିଜ୍ଞାନ ମେଳା

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)

ମ.ରାମପୁର ବ୍ଲକ ମଦନପୁର ରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଶିଶୁ ଦିବସ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ଅଧକ୍ଷ ସଞ୍ଜୟ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଶିଳ୍ପପତି ବିଭୁ ପ୍ରସାଦ ସାହୁ ଯୋଗ ଦେଇ ବିଜ୍ଞାନ ମେଳା ଉଦ୍ଘାଟନ କରିଥିଲେ । ବିଜ୍ଞାନ ମେଳା ପୂର୍ବରୁ ଶିଶୁ ଦିବସ ପାଳନ ଅବସର ରେ ଶିକ୍ଷକ ରିପୁ ଦମନ ମିଶ୍ର, ଲାଲୁ ନିଆଲ ଶିଶୁ ଦିବସ ର ମହତ୍ତ୍ଵ ସମ୍ପର୍କ ରେ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିବ ବେଳେ ଆଶିଷ ପଣ୍ଡା, ଅର୍ଚ୍ଚନା ରାଉତ, ବିଭୂତି ବିଶ୍ଵାଳ, ବାଦଲ ନାଗ, ଗଣେଶ ଦୋରା,ସୁବଳ ପଧାନ, ମଳୟ ବାଗ, ଜଗମୋହନ ସୁନା, ମହେନ୍ଦ୍ର ବେଶ୍ରା, ଜଗନ୍ନାଥ ବିଶ୍ଵାଳ, ସିମନ୍ତିନି ମାର୍ଥା ପ୍ରମୁଖ ମଞ୍ଚାଷିନ ରହିଥିଲେ । ଏହା ପରେ ବିଜ୍ଞାନ ମେଳା ଆରମ୍ଭ ହେଇଥିଲା । ବିଜ୍ଞାନ ଶିକ୍ଷକ ଗଣେଶ ଦୋରା ଙ୍କ ଦ୍ଵାରା ପରିଚାଳିତ ଏହି ମେଳା ରେ ଶହେ ଜଣ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବରେ ଆଶିଷ ପଣ୍ଡା, ଅର୍ଚ୍ଚନା ରାଉତ ଓ ବିଭୂତି ବିଶ୍ଵାଳ ଯୋଗ ଦେଇଥିଲେ । ଅତିଥି ଶ୍ରୀ ସାହୁ ଓ ଅଧ୍ୟକ୍ଷ ଶ୍ରୀ ଦାସ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow