କଣ୍ଟାମାଳବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ବ୍ଲକ ସମ୍ବିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳସୁବ୍ରତ କୁମାର ପଣ୍ଡା ଓ ଡିଏସପି ପିସିଆର ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୮୧ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ୭୨ଟି ଓ ଗୋଷ୍ଟୀଗତ ୦୯ଗୋଟି ହୋଇ ଥିଲା ଏବଂ ୮୦ବର୍ଷରୁ ଅଧିକ ହୋଇଥିବା ୫ଜଣଙ୍କୁ ନୂତନ ଭତ୍ତା ଦିଆ ଯାଇଥିଲା l ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚଦ୍ର ଦଣ୍ଡସେନା,ଉପଜିଲ୍ଲାପାଳପ୍ରବୀଣ କୁମାର ବାନୁଆ,କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାମି ଜୟଶ୍ରୀ ରେଡି, କଣ୍ଟାମାଳ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ , ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ ,,ଏପିଓ ସଂଜିତକୁମାର ମିଶ୍ର,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସେଠି,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଜୟ ଦେବ ପ୍ରଧାନ,ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ହେମ୍ରମ,କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ଆଚାରି, ,ବିଏସଏସଓ ସୂର୍ଯ୍ୟ ନାରାୟଣ ଦାସ,କଣ୍ଟାମାଳ ମେଡିକାଲ ଅଫିସର ଡାକ୍ତର ଜଗଦୀଶ ସେଠି, ସିଡିପିଓ ପଙ୍କଜିନୀ ମିଶ୍ର,, ସମେତ କଣ୍ଟାମାଳ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
What's Your Reaction?






