କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦ୍‌ଘାଟନ

Jan 28, 2026 - 20:50
 0  80
କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦ୍‌ଘାଟନ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ) 

କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରି ବାଲିଗୁଡା ଠାରେ ବିଭିନ୍ନ ପ୍ରକାର ପ୍ରକଳ୍ପର ଉଦଘାଟନ କରିଛନ୍ତି । ବାଲିଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ମାନ୍ୟବର ସାଂସଦ ପହଞ୍ଚିବା ପାରେ ବାଲିଗୁଡା ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହିତ ପାରମ୍ପପାରିକ ଡାକୁଲ ନୃତ୍ୟ ର ତାଳେ ତାଳେ ପାଛୋଟି ନିଆଯାଇଥିଲା,କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ବାଲିଗୁଡ଼ା ଏନ୍ ଏସି ଅନ୍ତର୍ଗତ ସମନ୍ବିତ ଅନୁସୂଚିତ ଜାତି ଓ ଜନଜାତି କାର୍ଯ୍ୟାଳୟ ସମ୍ମୁଖ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଜନସାଧାରଣ ଙ୍କ ପାଇଁ ପାଠାଗାର, ଆଦିବାସୀ ମହାବିଦ୍ୟାଳୟ ଠାରେ ନିର୍ମାଣ ହୋଇଥ‌ିବା ସହରାଞ୍ଚଳ ଛାତ୍ରୀ ନିବାସ, ମହା ବିଦ୍ୟାଳୟ ପରିସରରେ ନୂତନ ଶ୍ରେଣୀ ଗୃହକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ସାଂସଦଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରାଣୀତା ଦାସ, ଅନୁସୂଚିତ ଜାତି ଓ ଜନଜାତି ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଏନ୍ ଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ବ୍ଳକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ,ବାଲିଗୁଡା ବିଧାୟିକା ପ୍ରାର୍ଥୀନୀ କଳ୍ପନା କହଁର, ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ତୁମୁଡ଼ିବନ୍ଧ ବ୍ଳକ ସାଂସଦ ପ୍ରତିନିଧି ପୂର୍ଣଚନ୍ଦ୍ର ପାଢ଼ୀ ଓ ଜନସାଧାରଣ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow