କର୍ଲାମୁଣ୍ଡା ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ,...... ଓଏଏସ ପରୀକ୍ଷାରେ ସଫଳତା

Sep 29, 2025 - 10:51
Sep 29, 2025 - 10:52
 0  50
କର୍ଲାମୁଣ୍ଡା ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ,......   ଓଏଏସ ପରୀକ୍ଷାରେ ସଫଳତା

କର୍ଲାମୁଣ୍ଡା :ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ) 

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ଗ୍ରାମର ଶାଶ୍ୱତ ସୌମ୍ୟକାନ୍ତ। ତାଙ୍କର ରେଙ୍କ ରହିଛି ୨୩୫। ଶାଶ୍ୱତ ହେଉଛନ୍ତି ବର୍ତ୍ତମାନ ର ସୋନପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ଓ ଶୁଭ୍ରା ସାହୁ ଙ୍କର ସୁପୁତ୍ର ଅଟନ୍ତି। ସେ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଅଧ୍ୟୟନ କରି ପରେ ଭୁବନେଶ୍ୱର ସ୍ଥିତ ବିଜେପି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଶାଶ୍ୱତ ଓଏଏସରେ ସଫଳତା ଅର୍ଜନ କରିବା ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଖୁସିର ବାତା ବରଣ ସୃଷ୍ଟି ହୋଇଛି। ଯୋଗ୍ୟ ପିତାର ସୁଯୋଗ୍ୟ ସନ୍ତାନ ଶାଶ୍ୱତକୁ କର୍ଲାମୁଣ୍ଡା ପ୍ରେସକ୍ଲବ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ଜଣେ ଉତ୍ତମ ଅଧିକାରୀ ଭାବେ ଅଞ୍ଚଳରେ ନାଁ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow