କୋକସରା ସି ଏଚ ସି ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

Aug 29, 2024 - 20:30
 0  14
କୋକସରା ସି ଏଚ ସି ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

କୋକସରା :ଲୋକ ଆବାଜ୍.ଇନ (ତ୍ରିନାଥ ବେଶ୍ରା )

କୋକସରା ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ସି ଏଚ ସି ର ଭାରପ୍ରାପ୍ତ ଡାକ୍ତର ତତ୍ଵଦର୍ଶୀ ଦାସ ଙ୍କ ତତ୍ୱାବଧାନ ରେ ଶିଶୁ ରୋଗ ବିଶେଷଜ୍ଞ ଡ଼. ବିଶ୍ୱଜିତ ପାଣିଗ୍ରାହୀ ଉପସ୍ଥିତ ରହି ୧୦୭ ଜଣ ଶିଶୁ ଙ୍କୁ ପରୀକ୍ଷା କରିବା ସହ ପରାମର୍ଶ ଦେଇ ଔଷଧ ଦିଆଯାଇଛି। ଏହି ଶିବିର ପ୍ରତିମାସ ଶେଷ ଗୁରୁବାର ଦିନ ଜାରି ରହିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏହି ଶିବିରରେ ପିଏଚ ଇଓ ଶର୍ମିଳା ଛତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସି ଏଚ ଓ ଗୀତାଞ୍ଜଳି ସେଠି, ସୁଚିସ୍ମିତା ନାୟକ, ସ୍ୱାସ୍ଥ୍ୟ କର୍ମି ରମେଶ ସାହୁ, ସରୋଜ ନାଏକ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ଆସିଥିବା ଶିଶୁ ରୋଗୀ ଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow