କୋଡ଼ିବାହାଲ -କୁରୁକୁପାସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ,

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତର କୋଡ଼ିବାହାଲ -କୁରୁକୁପାସ୍ଥିତ ଭୀମଭୋଇ ସ୍ୱତନ୍ତ୍ର ବିଦ୍ୟାଳୟରେ ଅନୁଷ୍ଠାନ ଓ ବାଲରକ୍ଷା ଭାରତ ମିଳିତ ସହଯୋଗରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପ୍ରତିଷ୍ଠାତା ସଦସ୍ୟ ତଥା ନିର୍ଦ୍ଦେଶକ ମନବୋଧ ନନ୍ଦଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଘଣ୍ଟାପଡ଼ା ଥାନାଧିକାରୀ ନରସିଂହ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଘଣ୍ଟାପଡ଼ା ସିଆରସିସି ରୂପାସିଂ କ୍ଷେତି, ଶିକ୍ଷାବିତ ନିଳାଚଳ ଭୋଇ, ବାଲରକ୍ଷା ଭାରତର ଫିଲ୍ଡ କୋଡିନେଟର ଦୟାନିଧି ଜଗତ ଓ ମୂଖ୍ୟବକ୍ତା ଭାବେ କଣ୍ଟାମାଳ ବ୍ଲକ୍ ସାମ୍ବାଦିକ ସଂଘ (କବ୍ଜା)ର ଉପସଭାପତି ପ୍ରଭାତ କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟର ଅନ୍ତେବାସୀଙ୍କୁ ଭିନ୍ନକ୍ଷମଙ୍କ ସମସ୍ୟା, ତାର ନିରାକରଣ ଓ ଅନ୍ତର୍ନିହିତ ଅଙ୍ଗର ପରିପ୍ରକାଶ ଉପରେ ଏବଂ ଇଶ୍ଵରଙ୍କ ବିଚାରଧାରାକୁ ଗ୍ରହଣ କରି ତାର ସଦଉପଯୋଗକଲେ ପଙ୍ଗୁ ଲଙ୍ଘି ପାରେ ଗିରି ଉପରେ ବକ୍ତବ୍ୟ ରଖିଥିଲେ।ଅତିଥିଙ୍କୁ ଆମନ୍ତ୍ରଣ ପରେ ଦିବ୍ୟାଙ୍ଗ ଶିଶୁଙ୍କ ସ୍ୱାଗତ ସଙ୍ଗୀତରେ ମ୍ରିୟମାଣ ହୋଇପଡ଼ିଥିଲେ ଅତିଥି ଓ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ମନବୋଧ ନନ୍ଦଙ୍କୁ ତାଙ୍କର ଏପରି କଳ୍ପନାକୁ ଉଚ୍ଚ ପ୍ରଶଂସା କରିଥିଲେ । ସହକାରୀ ଶିକ୍ଷକ ଘନଶ୍ୟାମ ନାଏକ ଅତିଥି ପରିଚୟ କରିଥିବା ସ୍ଥଳେ ଶିକ୍ଷକ ରାହାସ ବିଭାର ଧନ୍ୟବାଦ ଦେଇଥିଲେ। ସଭାପରେ ଦିବ୍ୟାଙ୍ଗଭାଇ ଭଉଣୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏସବୁ କାର୍ଯ୍ୟରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବାଲରକ୍ଷା ଭାରତର ସଦସ୍ୟ ସହଯୋଗ କରିଥିଲେ।
What's Your Reaction?






