କୋଶଳ ଉଚ୍ଚ ବିଦ୍ୟାଳୟ ର ଦଶମ ବାର୍ଷିକୋତ୍ସବ ଧୁମ ଧାମ ରେ ପାଳିତ*- *ଯୋଗ ଦେଲେ ବିଧାୟକ ଓ ଉପ ଜିଲ୍ଲାପାଳ

ସୋନପୁର : ଲୋକ ଆବାଜ.ଇନ (ମନୋରଞ୍ଜନ ତ୍ରିପାଠୀ )
ସୋନପୁର କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ୧୦ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ପ୍ରାକ୍ତନ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଭଲ ମଣିଷ ହେବାକୁ ପ୍ରେରଣା ପ୍ରଦାନ କରିଥିଲେ l ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରି ଥିଲେ l ସମ୍ମାନୀତ ଅତିଥି ଭାବରେ ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ସମାଜସେବା ତଥା ସ୍କୁଲ୍ ସଭାପତି ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଥିଲେ l ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନାଚ ପରିବେଷଣ କରଯାଇଥିଲା l
ସେହିପରି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୋନପୁର ଉପ ଜିଲ୍ଲାପାଳ ଡ଼ଃ ସୌମ୍ୟ ରୂପା ରଥ, ସୋନପୁର ଏ ଡି ଇ ଓ ମଞ୍ଜୁ ଲତା ଭୋଇ ଯୋଗ ଦେଈ ଛାତ୍ର ଛାତ୍ରୀ ଙ୍କୁ ଦିଗ ଦର୍ଶନ ଦେଈ ଉତ୍ସାହିତ କରିଥିଲେ l ସଭା କୁ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ସଂଯୋଜନା କରିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସ୍ଵାଗତ ସଂଗୀତ ପରିବେଷଣ କରଯାଇଥିଲା l
What's Your Reaction?






