ଖଟିଆରେ ବୁହାହେଲେ ଆହତ ମହିଳା

Aug 24, 2024 - 07:57
 0  6
ଖଟିଆରେ ବୁହାହେଲେ ଆହତ ମହିଳା

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :

ଖଟିଆରେ ବୁହାହୋଇ ନାଳ ପାରିହେଲେ ଆହତ ମହିଳା I ସୂଚନାମତେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ମାତାକୁପା ଗାଁରେ ମାଟିକାନ୍ଥ ଭାଙ୍ଗି ଯିବାରୁ ବେଳମତି ସାହୁ ନାମକ ଜଣେ ମହିଳା ଗୁରୁତର ହୋଇ ପଡି ଥିଲେ l ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ କିନ୍ତୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇ ନପାରି ବାଟରେ ଅଟକି ରହିଥିଲା l ପରିବାର ସଦସ୍ୟ ଓ ଗ୍ରାମବାସୀ ଆହତ ମହିଳାଙ୍କୁ ଗଦଗଦିପଡ଼ା ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ I

What's Your Reaction?

like

dislike

love

funny

angry

sad

wow