ଖଡ଼ିଛୁଆଁ ପ୍ରବେଶ ଉତ୍ସଵ ନିମନ୍ତ୍ରଣ ବାଣ୍ଟିଲେ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି।

ଧର୍ମଗଡ଼:(୨୫/୦୩)ଲୋକ ଆଵାଜ ଇନ:ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ)
ରାଜ୍ୟ ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁସାରେ ରାଜ୍ୟରେ ୫ ବର୍ଷ ରୁ ଉର୍ଦ୍ଧ ବୟସ ହୋଇଥିବା ଶିଶୁ ଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ ଓ ଅପ୍ରେଲ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଖଡ଼ି ଛୁଆଁ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଅଭିଭାବକ ଙ୍କୁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି।
ଏହି କ୍ରମ ରେ ମଙ୍ଗଳବାର କୋକସରା ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ବିଇଓ ମହେଶ କୁମାର ଭାଟି ଙ୍କ ତତ୍ୱାବଧାନ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ଏବିଇଓ ଆଲୋରାଣୀ ହଲଦାର, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ଆମପାଣି ସିଆରସିସି କେଦାର ନାଏକ, ବରିଷ୍ଠ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାଏକ, ନମ୍ରତା ପ୍ରଧାନୀ,ଅଵସର ପ୍ରାପ୍ତ ଶିକ୍ଷକ ଭୁଜରାଜ ମାଝୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୋକସରା ଗ୍ରାମ ର ପଡା ପଡା, ଘର ଘର ବୁଲି ଅଭିଭାବକ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ପତ୍ର ଦେବା ସହ ନିଜର ଶିଶୁ ଙ୍କୁ ଶିଶୁ ବାଟିକା ର ଖଡି ଛୁଆଁ ପ୍ରବେଶ ଉତ୍ସଵ ରେ ଉପସ୍ଥିତ ହେବାକୁ ନିବେଦନ କରିଛନ୍ତି।
What's Your Reaction?






