ଖରା ଦିନ ପାଇଁ ସଜାଗ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଅଭିଯୋଗ ପରେ ଅଚଳ ସୋଲାର ପାନୀୟ ଜଳ ପ୍ରକଳ୍ପ ମରାମତି କରି ପାନୀୟ ଜଳ ଯୋଗାଣ।

କଳାହାଣ୍ଡି:ଲୋକ୍ ଆବାଜ୍ ଇନ୍:(ସନତ କୁମାର ପ୍ରଧାନୀ)
ଖରା ଦିନ ରେ ଗ୍ରୀଷ୍ମପ୍ରବାହ ମୁକାବିଲା ଓ ପାନୀୟ ଜଳ ଯୋଗାଣ ଏକ ପ୍ରମୁଖ ସମସ୍ୟା ରହିଥିବା ବେଳେ ଲୋକଙ୍କ ଅଭିଯୋଗ ପରେ ତ୍ୱରିତ ପଦକ୍ଷେପ ନେଇ ଅଚଳ ପାନୀୟ ଜଳ ପ୍ରକଳ୍ପ ମରାମତି କରି ଜଳଯୋଗାଣ ନେଇ କୋକସରା ବ୍ଲକ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ ଙ୍କ ତତ୍ପରତା ଦେଖିବାକୁ ମିଳିଛି। ସୂଚନା ମତେ କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ରଣାପଡା ଠାରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ଦୀର୍ଘମାସ ରୁ ଯାନ୍ତ୍ରିକ ତ୍ରୁଟି କାରଣ ରୁ ଅଚଳ ହୋଇ ପଡ଼ିଥିଲା। ପଡ଼ାବାସୀ ଅନେଇ ସମୟରେ ସ୍ଥାନୀୟ ପଞ୍ଚାୟତ ପିଇଓ ସମେତ ସରପଞ୍ଚ ଙ୍କୁ ମରାମତି ପାଇଁ ଅଭିଯୋଗ ପରେ ମଧ୍ୟ ପାନୀୟ ଜଳ ଯୋଗାଣ ନେଇ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନଥିଲେ। ଏନେଇ ପଡା ର ଜଣେ ସଚେତନ ଯୁବକ ଆକାଶ ରଣା ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଭିଯୋଗ ପରେ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାନୀୟ ଜଳ ର ସମସ୍ୟା କୁ ଦେଖି ସହକାରୀ ଯନ୍ତ୍ରୀ ତତ୍ପରତା ଦେଖାଇ ଅଚଳ ସୋଲାର ପାନୀୟ ଜଳ ପ୍ରକଳ୍ପ କୁ ମରାମତି କରିବା ସହ ରଣାପଡା ଗ୍ରାମବାସୀ ଙ୍କୁ ପାନୀୟ ଜଳ ଯୋଗାଣ କରିଛନ୍ତି। ପାନୀୟ ଜଳ ପ୍ରକଳ୍ପ ରୁ ପାନୀୟ ଜଳ ପାଇବା ପରେ ପଡ଼ାବାସୀ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
What's Your Reaction?






