ଘଣ୍ଟାପଡ଼ା ବଜାର ଛକ ଚା ଦୋକାନରେ ଅଗ୍ନିକାଣ୍ଡ ।

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡା ବଜାର ଛକରେ ଥିବା ଏକ ଚା ଦୋକାନରେ ନିଆଁଲାଗି ଫ୍ରିଜର, ଥଣ୍ଡାପାନୀୟ, କିଛି ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଯାଇଛି l ଏ ନେଇ ଥାନାରେ ଏକ ଏତଲା ଦେଇଛନ୍ତି ମାଲିକ । ଘଟଣାସ୍ଥଳରେ ଘଣ୍ଟାପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏତେଲାରେ ଦୋକାନ ଭିତରକୁ କେହି ଦୁର୍ବୃତ୍ତ ନିଆଁ ଫିଙ୍ଗି ଦେଇଥିବା ଦୋକାନ ମାଲିକ ଗୁପ୍ତେଶ୍ୱର ଚୌହାନ ଅଭିଯୋଗ କରିଛନ୍ତି l କିନ୍ତୁ ବିଦ୍ୟୁତ ସରସର୍କିଟ ଯୋଗୁଁ ଏପରି ହୋଇଥାଇପରେ ବୋଲି ପୁଲିସ ସନ୍ଦେହ କରୁଛି l ଘଟଣା ସମ୍ପର୍କରେ ଘଣ୍ଟାପଡା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ନେଇ ପୁଲିସ କହିଛି l
What's Your Reaction?






