ଘୃଣା କର କିନ୍ତୁ ଦୟା ନ କର...........ବରିଷ୍ଠ ନାଗରିକ!!!

Oct 2, 2024 - 15:59
 0  46
ଘୃଣା କର କିନ୍ତୁ ଦୟା ନ କର...........ବରିଷ୍ଠ ନାଗରିକ!!!

ସୁବର୍ଣ୍ଣପୁର : ଲୋକ ଆବାଜ୍.ଇନ୍(ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଏକ ଐତିହ୍ୟ ,ସଂସ୍କୃତି ଉଚ୍ଚ ବ୍ୟବହାର ସମ୍ପନ୍ନ ଜିଲ୍ଲା l ଲୋକ ଙ୍କ ଆଚାର ବ୍ୟବହାର ରେ ଜିଲ୍ଲା କୁ ଆସୁଥିବା ଅମଲା ତନ୍ତ୍ର ଓ ଦେଶ ବିଦେଶ ର ପର୍ଯ୍ୟଟକ ମାନେ ବିମୁଗ୍ଧ ହୋଇ ଯାଆନ୍ତି l କିନ୍ତୁ ସେଇ ସେଇ ଅମଲାତନ୍ତ୍ର ଜିଲ୍ଲା ପ୍ରଶାସନ ଗତ କାଲି ର ବରିଷ୍ଠ ନାଗରିକ ଦିବସ ରେ ବରିଷ୍ଠ ନାଗରିକ ଙ୍କୁ ଯେଉଁ ଭଳି ଭାବେ ଅଣ ଦେଖା କରିଛି ଅପବାଦ ଦେଇଛି ତାହା ନିନ୍ଦନୀୟ ଲଜ୍ଜା ଜନକ ବୋଲି ଶ୍ରୀ ଗୋପlଲ୍ଜି ଯୋଗାଳୟ ଠାରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଖୁଲାସା କରିଛି l ଦୁଇ ଦୁଇ ଘଂଟା ଅପେକ୍ଷା କରାଇ ତିନୋଟି ସଭା ପରେ ବରିଷ୍ଠ ନାଗରିକ ଙ୍କ ସଭା ଆରମ୍ଭ କରିବା, ସାତ ଲାଇନ୍ ଲେଖା ସମ୍ମାନ ପତ୍ର ରେ ପାଞ୍ଚଟି ଭୁଲ୍ ଥିବା ଓ ପ୍ରତ୍ୟେକ କ୍ଷେତ୍ର ରେ ସେବାରେ ଅବହେଳା ର ଶିକାର ହେଉଥିବା ବରିଷ୍ଠ ନାଗରିକ ଏବଂ ଉପସ୍ଥିତ କର୍ମକର୍ତା ଦୀର୍ଘ ଦିନ ରୁ ଜମି ରହିଥିବା ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଯେଉଁ ପ୍ରଶାସନକୁ ବିଗତ ଦିନରେ ହକି ବିଶ୍ଵ କପ, ରାହାଗିରି, ଜିଲ୍ଲା ଉତ୍ସବ ପାଳନ କରିବା ବେଳେ ସମସ୍ତ ପ୍ରକାର ସହଯୋଗ ଦେଇ ଆସିଛି ଆମେ ତାଙ୍କ ଠୁଁ ଏଭଳି ବ୍ୟବହାର କେବେ ଆଶା କରି ନ ଥିଲୁ ବୋଲି ସଂଘ ସଭାପତି ଡ଼ଃ ଜ୍ୟୋତି ରଂଜନ ବହିଦାର ପ୍ରକାଶ କରିଛନ୍ତି l ଏବଂ ଚେତାବନୀ ଦେଇଛନ୍ତି ପ୍ରଶାସନକୁ ଯେ ବରିଷ୍ଠ ନାଗରିକ ଙ୍କୁ ଘୃଣା କରି ପାର ହେଲେ ଦୟା କର ନାହିଁ l ଯେଉଁ ପ୍ରଶାସନ ବରିଷ୍ଠ ନାଗରିକ ଦିବସ ରେ ବରିଷ୍ଠ ନାଗରିକ ଙ୍କୁ ସମୟ ଟିକେ ଦେଇ ପାରେନି ସେ ଜିଲ୍ଲା ର ବିକାଶ କେତେ ଆଗେଇ ଥିବ ତାହା ଏଥିରୁ ଜଣା ପଡେ ବୋଲି ବରିଷ୍ଠ ନାଗରିକ ପ୍ରଦୀପ ପୁରୋହିତ ମତ ରଖି ବର୍ତମାନ ଓଡ଼ିଆ ଅସ୍ମିତା ଓ ମର୍ଯ୍ୟାଦା କଥା କହୁଥିବା ମୁଖ୍ୟ ମନ୍ତ୍ରୀ ଏଇ ଜିଲ୍ଲା ରେ ଏଭଳି ସୁ ଶାସନ ଦେଇ ପାରୁ ନ ଥିବା ଜିଲ୍ଲାପାଳ ଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବୀ କରିଛନ୍ତି l ସରକାର ଙ୍କ ଏକ୍ସନ୍ ନ ହେବା ଯାଏଁ ଆଗlମୀ ଦିନ ରେ ପ୍ରଶାସନ ର ସବୁ ସଭା ସମିତି କୁ ବୈକଟ କରିବୁ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି l ଅମଲା ତନ୍ତ୍ର ରେ ପରିଚାଳିତ ନ ହୋଇ ଲୋକ ତନ୍ତ୍ର ରେ ଆଗେଇ ଆସିବାକୁ ଜିଲ୍ଲା ର ବିକାଶ ପାଈଁ ପ୍ରଶାସନ ମୁକାବିଲା କରିବାକୁ ଦାବୀ ଜଣାଇଛନ୍ତି l ଓ ବରିଷ୍ଠ ନାଗରିକ ଙ୍କ ହକ ପାଇଁ, ଜିଲ୍ଲା ର ସାମଗ୍ରିକ ବିକାଶ ପାଇଁ ବରିଷ୍ଠ ନାଗରିକ ସଂଘ ଲଢେଇ କରିବ ଦରକାର୍ ହେଲେ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ବରିଷ୍ଠ ନାଗରିକ ତଥା ସାମ୍ୱାଦିକ ଗୋରେଖ୍ ନାଥ ସାହୁ ପ୍ରକାଶ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow