ଚର୍ଚ୍ଚା ରେ ସନ୍ତୋଷ ଦ୍ରୌପଦୀ ପରେ ସୀତା ଭୂମିକା ଦର୍ଶକ ଙ୍କ ମନ ମୋହୁଛନ୍ତି

Nov 14, 2024 - 09:14
 0  109
ଚର୍ଚ୍ଚା ରେ ସନ୍ତୋଷ  ଦ୍ରୌପଦୀ  ପରେ ସୀତା ଭୂମିକା ଦର୍ଶକ ଙ୍କ ମନ ମୋହୁଛନ୍ତି

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 - ଚର୍ଚ୍ଚାରେ ସନ୍ତୋଷ ଦ୍ରୌପଦୀ ପରେ ଏବେ ସୀତା ଭୂମିକା ରେ ଅଭିନୟ କରି ଦର୍ଶକ ଙ୍କୁ ମନୋରଞ୍ଜନ କରୁଛନ୍ତି କନ୍ଧମାଳ ର ସନ୍ତୋଷ lଦକ୍ଷିଣ ଓଡିଶା ଓ ପୂର୍ବ ଓଡିଶା ର ବିଭିନ୍ନ ମଞ୍ଚରେ ସନ୍ତୋଷ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ର ସୀତା ଓ ମହାଭାରତ ନାଟକ ରେ ଦ୍ରୌପଦୀ ଭୂମିକା ରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ସନ୍ତୋଷ lନିଜର ସୁନ୍ଦର ଚେହେରା, ଓ ବଳିଷ୍ଠ ଅଭିନୟ ର ଯାଦୁ ଦର୍ଶକ ଙ୍କୁ ବାନ୍ଧିରଖିଛି l ଗଞ୍ଜାମ ଓ କନ୍ଧମାଳ ନୟାଗଡ଼ ଜ଼ିଲ୍ଲା ରେ ଯେଉଁଠି ପୌରାଣିକ ସାମାଜିକ କାଳ୍ପନିକ ନାଟକ ହୁଏ ସନ୍ତୋଷ ଙ୍କୁ ଖୋଜା ପଡେ l କେବଳ ପୌରାଣିକ ନାଟକ ନୁହେଁ ସାମାଜିକ କାଳ୍ପନିକ ଓ ଥିଏଟରରେ ମଧ୍ୟ ସନ୍ତୋଷ ଙ୍କ ଦଖଲ ରହିଛି ତା ଛଡା ସେ ଜଣେ ଏକାଧାରାରେ କଣ୍ଠଶିଳ୍ପୀ ମଧ୍ୟ, ଅନେକ ନାଟକ ରେ ସେ ନିଜେ ଗୀତ ବୋଲି ଅଭିନୟ କରନ୍ତି l କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅଣ୍ଡାରୀ ଗାଁ ରେ ଜନ୍ମିତ ସନ୍ତୋଷ ବିଷୋୟୀ ପିଲାଟି ବେଳୁ ଗାଁ ନାଟକ ରେ ଅଭିନୟ କରୁକରୁ ଆଉ ପଛକୁ ଫେରି ନାହାନ୍ତି ଏବେ ସେ ଓଡିଶା ର ସଫଳ ଦ୍ରୌପଦୀ ଓ ସୀତା ଭାବେ ବେଶ ପରିଚିତ l ଜଣେ ପୁରୁଷ ହୋଇ ଥିଲେ ବି ନାରୀ ଚରିତ୍ର ରେ ସୁନ୍ଦର ଅଭିନୟ କରି ଦର୍ଶକ ଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇ ଚାଲିଛନ୍ତି l କନ୍ଧମାଳ ର ସମସ୍ତ ବରିଷ୍ଠ କଳାକାର, କଳାପ୍ରେମୀ ଗୁରୁଜନ ଙ୍କୁ କଳା ରେ ନିପୁଣ ହେବା ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି l

What's Your Reaction?

like

dislike

love

funny

angry

sad

wow